www.samajalive.in
Wednesday, November 19, 2025
29.1 C
Bhubaneswar

ମାଓ ପ୍ରବଣ ନିୟମଗିରିରେ ଉଡିଲା ତ୍ରିରଙ୍ଗା

ଲାଞ୍ଜିଗଡ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ମାଓ ପ୍ରବଣ ଅଞ୍ଚଳ ତ୍ରିଲୋଚନପୁର ପଞ୍ଚାୟତ ନିୟମଗିରି ପାହାଡ଼ର ପାଦଦେଶରେ ଥିବା ଫୁଲଡୁମେର ଗାଁରେ ଆଜି ଉଡ଼ିଛି ୭୮ତମ  ସ୍ଵାଧୀନତା ଦିବସ  ତ୍ରିରଙ୍ଗା । ଯେଉଁ ଅଞ୍ଚଳରେ ଲାଲ ବାହିନୀ ନିଜ ଉପସ୍ଥିତି ଜାହିର କରି ପୁଲିସକୁ ଚାଲେଞ୍ଜ କରିଥାଏ ସେହି ମାଓ ଇଲାକାରେ ଲାଞ୍ଜିଗଡ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ପକ୍ଷରୁ ଆଜି ସ୍ଵାଧୀନତା ଦିବସ ମହା ସମାରୋହ ସହ ପାଳନ କରାଯାଇଛି । ଆଜି ସକାଳୁ କନ୍ଧ ଯୁବକ ଯୁବତୀ ନିଜ ପାରମ୍ପରିକ ବେଶଭୂଷା ସହିତ ସଜ୍ଜିତ ହୋଇ କୁଟିଆ କନ୍ଧ ଉନ୍ନୟନ ସଂସ୍ଥାର ସ୍ୱତନ୍ତ୍ର ଅଧିକାରୀଙ୍କୁ ପାଛୋଟି ନେଇ ସ୍ଵାଧୀନତା  ଦିବସ ପାଳନ କରିଥିଲେ । ତାଙ୍କ ସହ କୁଟିଆ କନ୍ଧ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ମ୍ୟାନେଜର ଲମ୍ବୋଧର ପ୍ରଧାନ, କମ୍ଭୁ ଭୂଷଣ ସିଂ, ସିମାଞ୍ଚଳ ଭୁଁୟା, ପରମା ନନ୍ଦ ରଣା ପ୍ରମୁଖ ଉପସ୍ଥିତ ରହି ପତାକା ଉତ୍ତୋଳନ କରିଥିଲେ।

 

Hot this week

ଶୀତ ଦିନେ ଗୁଡ ଖାଇଲେ ମିଳିବ ଅନେକ ଫାଇଦା

ସମାଜ ଲାଇଭ ଡ଼େସ୍କ : ଶୀତଦିନ ଆସିବା ସହିତ ଗୁଡ଼ ବଜାରରେ...

ଯୁବତୀଙ୍କୁ ପ୍ରେମ ପ୍ରତାରଣା; ବନ୍ଧା ହେଲେ ଏୟାର ଫୋର୍ସର ଯବାନ

ଭୁବନେଶ୍ବର: ମହଙ୍ଗା ପଡିଲା ଲଭ୍‌, ସେକ୍ସ ଆଉ ଧୋକା। ଯୁବତୀଙ୍କ ସହ...

ବିଷାକ୍ତ ପାଉଁଶ ବୋଝଇ ଟ୍ରକ ଦୁର୍ଘଟଣାରେ ବାବାଙ୍କ ମୃତ୍ୟୁ

ରେଢ଼ାଖୋଲ: ୫୫ ନଂ ଜାତୀୟ ରାଜପଥ ରେଢ଼ାଖୋଲ ଡାକ୍ତରଖାନା ଛକ ନିକଟରେ...

ବଢୁଛି ଭାଇରାଲ ସଂକ୍ରମଣ: କଣ କରିବେ

ସମାଜ ଡିଜିଟାଲ ଡେସ୍କ: ଆମ ଚାରିପାଖରେ ଅନେକ ଲୋକଙ୍କୁ ଦେଖିଛେ ଯେଉଁମାନେ...

ବିହାର : କାହାକୁ ମିଳିବ ମନ୍ତ୍ରୀପଦ ?

ସମାଜ ଲାଇଭ ଡ଼େସ୍କ : ବିହାରରେ ଏନଡିଏ ସରକାର ଆସନ୍ତାକାଲି ଶପଥ...

Related Articles

Popular Categories