www.samajalive.in
Monday, December 8, 2025
24.1 C
Bhubaneswar

ଖଣ୍ଡିଡଙ୍ଗରୀଗୁଡା ଠାରେ ବିଦ୍ୟୁତ୍ ଆଘାତରେ ଗୁରୁତର ଯୁବକଙ୍କ ମୃତ୍ୟୁ

କଲମପୁର: ମଙ୍ଗଳବାର ଖଣ୍ଡିଡଙ୍ଗରୀଗୁଡା ଠାରେ ବିଦ୍ୟୁତ୍ ଆଘାତରେ ଗୁରୁତର ଜଣେ ଯୁବକଙ୍କୁ ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ ଖଣ୍ଡିଡଙ୍ଗରୀଗୁଡା ଗ୍ରାମର କୁରୁକ୍ଷେତ୍ର ମାଝୀ ନାମକ ୪୨ ବର୍ଷିୟ ଯୁବକ ଘରର ବିଦ୍ୟୁତ୍ ସଜାଡ଼ିବା ବେଳେ ବିଦ୍ୟୁତ୍ ଆଘାତ ଲାଗିଥିଲା। ସେ ଛିଟିକି ପଡି ଗୁରୁତର ହେଇଥିଲେ। ତାଙ୍କୁ ପରିବାର ଲୋକ ଉଦ୍ଧାର କରି ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

- Advertisement -

କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ କୁରୁକ୍ଷେତ୍ରର ମୃତ୍ୟୁ ଘଟିଥିଲା। ଏନେଇ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ କଲମପୁର ପୁଲିସ ଥାନାକୁ ସୂଚନା ଦିଆଯାଇଥିଲା। ସଂଧ୍ୟା ହେଇଯାଇଥିବା ଯୋଗୁଁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସଂରକ୍ଷିତ ରଖାଯାଇଛି। ଆସନ୍ତାକାଲି ସକାଳେ ମୃତଦେହ ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯିବା ନେଇ ସୂଚନା ମିଳିଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories