www.samajalive.in
Monday, December 8, 2025
27.1 C
Bhubaneswar

ଲୋକଙ୍କ ସହ ଯୋଡି ହେବାର ପ୍ରୟାସ କରୁଛି ସି.ଆର.ପି.ଏଫ

କଲମପୁର : ନକ୍ସଲ ଦମନ ପାଇଁ ନିୟୋଜିତ ହୋଇଛନ୍ତି ସି.ଆର.ପି.ଏଫ ଯବାନ। ଅନେକ ସ୍ଥଳେ ସ୍ଥାନୀୟ ଲୋକ ଯବାନଙ୍କୁ ବିଶ୍ୱାସ କରୁନଥିବା ବେଳେ ଯବାନ ମାନେ ମଧ୍ୟ ସ୍ଥାନୀୟ ଲୋକଙ୍କ ପ୍ରତି ଆସ୍ଥା ଜୁଟାଇ ପାରୁ ନାହାଁନ୍ତି। ପୁଲିସ ଓ ଜନ ସାଧାରଣଙ୍କ ସମ୍ପର୍କକୁ ନିବିଡ କରିବା ପାଇଁ ଲୋକଙ୍କୁ ସାମାଜିକ କାର୍ଯ୍ୟରେ ଯୋଡି ବିଶ୍ୱାସ ହାସଲ କରିବା ଲକ୍ଷରେ ସି.ଆର.ପି.ଏଫ ବାଟାଲିଆନ ପ୍ରୟାସ ଆରମ୍ଭ କରିଛି।
ଏଅବସରରେ ଗୁଣପୁର ଠାରେ ନିୟୋଜିତ ଡି/୬୪ ବାଟାଲିଆନ ତପରଫରୁ ଗୁଣପୁର ଠାରେ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ମେଘରାଜ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସି.ଆର.ପି.ଏଫ ୬୪ ବାଟାଲିଆନର କମାଣ୍ଡାଣ୍ଟ ଅମରେନ୍ଦ୍ର ନାରାୟଣ ପାଣ୍ଡେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଶୁରେଶ କୁମାର, ଡାକ୍ତର ଅଜୟ ମେହେର, ଗୁଣପୁର ସରପଞ୍ଚ ପରମାନନ୍ଦ ମାଝୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ଅବସରରେ ସ୍ୱାସ୍ଥ୍ୟ ସ୍ୱରାଜ ତରଫରୁ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ଡାକ୍ତର ଏ.କ୍ୟୁ ନାଶ, ଡାକ୍ତର ସନ୍ଦିପ ପ୍ରମୁଖ ବୃଦ୍ଧ, ବୃଦ୍ଧାଙ୍କ ସମେତ ବହୁ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଔଷଧ ପ୍ରଦାନ କରିଥିଲେ। ଏଥିରେ କାଠଘରା, ଗୋକୁଳମା, ସାଇସୁରନୀ, ଗୁଣପୁର, ବାଲିସରା, ତଲାମପଦର ସମେତ ଗୁଣପୁର, କାଣିଗୁମା, ତାଲାମପଦର ପଞ୍ଚାୟତ ଅଧିନସ୍ଥ ବହୁ ଗ୍ରାମର ଲୋକ ଉପସ୍ତିତ ରହିଥିଲେ। ବାଟାଲିଅନ ତରଫରୁ ଅସହ୍ୟ ଜାଡରେ ଥରୁଥିବା ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ କମ୍ବଳ ସମେତ ଶାଢୀ, ଲୁଙ୍ଗି, ଶିଶୁ ମାନଙ୍କୁ ପୋଷାକ ପ୍ରଦାନ କରାଯାଇଥିବା ବେଳେ ବିଭିନ୍ନ ଯୁବକ ସଂଘର କର୍ମକର୍ତ୍ତାଙ୍କୁ ଖେଳ ସାମଗ୍ରୀ ପ୍ରଦାନ କରାଯାଇଥିଲା। ମହେନ୍ଦ୍ର କୁମାର ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories