www.samajalive.in
Monday, December 8, 2025
27.1 C
Bhubaneswar

ମୁକ୍ତିଲାଭ କଲା ‘ପିଏମ୍‍ ନରେନ୍ଦ୍ର ମୋଦୀ’ ଚଳଚ୍ଚିତ୍ରର ପୋଷ୍ଟର

ମୁମ୍ବଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ର ପିଏମ୍‍ ନରେନ୍ଦ୍ର ମୋଦୀର ପୋଷ୍ଟର ମୁକ୍ତିଲାଭ କରିଛି। ପୋଷ୍ଟରରେ ଅଭିନେତା ବିବେକ ଓବରୟ ନରେନ୍ଦ୍ର ମୋଦୀଙ୍କ ଚିରିତ୍ରରେ ଅଭିନୟ କରିଛନ୍ତି। ତାଙ୍କ ଫଟୋ ପଛ ଭାଗରେ ଜାତୀୟ ପତାକା ଥିବା ଦେଖାଯାଇଛି। ଏହାର ଟ୍ୟାଗ ଲାଇନ ରହିଛି ‘ଦେଶଭକ୍ତି ହିଁ ମୋ ଶକ୍ତି’। ଚଳଚ୍ଚିତ୍ରର ପୋଷ୍ଟର ୨୩ଟି ଭାଷାରେ ମୁକ୍ତିଲାଭ କରାଯାଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏହାର ପୋଷ୍ଟର ଲଞ୍ଚ କରିଛନ୍ତି। ବିବେକ ଓବରୟ ଚଳଚ୍ଚିତ୍ର ପୋଷ୍ଟରକୁ ଟୁଇଟରରେ ସେୟାର କରିଛନ୍ତି। ସେ ଲେଖିଛନ୍ତି ‘ଏଭଳି ଅଦ୍ଭୁତ ଯାତ୍ରା ପାଇଁ ଆପଣଙ୍କ ଆର୍ଶୀବାଦର ଆବଶ୍ୟକ ରହିଛି’। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ଓମଙ୍ଗ କୁମାର ଓ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ସୁରେଶ ଓବରୟ। ବହୁଶୀଘ୍ର ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବାର ଯୋଜନା ରହିଛି। ପୂର୍ବରୁ ନରେନ୍ଦ୍ର ମୋଦୀଙ୍କ ଚରିତ୍ର ପାଇଁ ପରେଶ ରାୱାଲଙ୍କୁ ଚୟନ କରାଯାଇଥିବା ଆଲୋଚନା କରାଯାଉଥିଲା। କିନ୍ତୁ ଶେଷରେ ବିବେକ ଓବରୟ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories