www.samajalive.in
Saturday, December 6, 2025
19.1 C
Bhubaneswar

ଦବିଗଲା ରାସ୍ତା, ଲୁଚାଇବା ପାଇଁ କ୍ରସରଗୁଣ୍ଡ ପକାଇଲେ

ଗୁରୁଡିଝାଟିଆ : ପୁରୁଣା କଟକ-ସମ୍ବଲପୁର ରାସ୍ତାର ଉନ୍ନତି କରଣ ସାଙ୍ଗକୁ ସଂପ୍ରସାରଣ କାର୍ଯ୍ୟ ଚାଲୁ ରହିଛି । ମଧୁସେତୁର ନୂଆପାଟଣା ଠାରୁ ଆଠଗଡ ପର୍ଯ୍ୟନ୍ତ ଏହି ରାସ୍ତାଟି ସଂପ୍ରସାରଣ କାର୍ଯ୍ୟ ଚାଲୁ ରହିଛି। ରାସ୍ତା ଓ କୋଠାବାଡି ବିଭାଗ ପକ୍ଷରୁ ନିର୍ମାଣ କାର୍ଯ୍ୟ କରିବା ନିମନ୍ତେ ଠିକାଦାରଙ୍କୁ କାର୍ଯ୍ୟାଦେଶ ଦିଆଯାଇଛି। ରାସ୍ତା କାର୍ଯ୍ୟ କଚ୍ଛପଗତିରେ ଚାଲୁ ଥିବାରୁ ଜନସାଧାରଣ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖିନ ହେଉଛନ୍ତି। ହେଲେ ରାସ୍ତାକାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବା ଅଭିଯୋଗ ହେଉଛି। ଯାହାର ଉଦାହରଣ ହେଉଛି କଖଡିରୁ କାପ୍ତାବରାଇ ଯିବା ରାସ୍ତାର ଗୋପି ସାହୁ ପୋଲ ନିକଟରେ ୧୫ ଫୁଟ ଲମ୍ବ ଓ ୩୦ ଫୁଟ ଓସାରର ରାସ୍ତା ଦବି ଯାଇଛି। ଏହା ଦେଖି ସ୍ଥାନୀୟ ଜନସାଧାରଣ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏପରିକି ଗାଡି ଚାଳକମାନେ ବହୁ ଅସୁବିଧାର ସମ୍ମୁଖିନ ହୋଇଥିଲେ। ଏହାକୁ ଦୃଷ୍ଟିରେ ରଖି ନିମ୍ନମାନର କାର୍ଯ୍ୟକୁ ଲୁଚାଇବାକୁ ଯାଇ ଦବି ଯାଇଥିବା ସ୍ଥାନରେ କ୍ରସରଗୁଣ୍ଡ ବିଛାଇ ଦେଇଛନ୍ତି। ଜନସାଧାରଣଙ୍କ ଟିକଟ ଦ୍ୱାରା ଲକ୍ଷ ଲକ୍ଷ ଟଙ୍କା ବିନିମୟରେ ରାସ୍ତା ପ୍ରଶସ୍ତିକରଣ ଓ ଉନ୍ନତିକରଣ କାର୍ଯ୍ୟ ଚାଲୁ ରହିଥିଲେ ମଧ୍ୟ ଠିକାଦାରଙ୍କ ଅପରିମାଣଦର୍ଶିତା ଓ ଲାଭଖୋର ମନୋବୃତ୍ତି ପାଇଁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି ବୋଲି ସାଧାରଣରେ ଦାବି କରିଛନ୍ତି। ଅପରପକ୍ଷରେ ବିଭାଗୀୟ ଯନ୍ତ୍ରୀଙ୍କ ରାସ୍ତା ନିର୍ମାଣ ସମୟରେ ତଦାରଖ କିଭଳି କରାଯାଉଛି ବୋଲି ତାହା ମଧ୍ୟ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେହି କେହି ସଲାସୁତରାରେ ରାସ୍ତା କାର୍ଯ୍ୟ ନିମ୍ନମାନର ହେଉଛି ବୋଲି ଅଭିଯୋଗ ହେଉଛି।

ଦେଖନ୍ତୁ ଭିଡିଓ ; ସଫାରୀରେ ଯାଇ ସିଂହ ମୁଣ୍ଡରେ ହାତ ମାରିଲେ ପର୍ଯ୍ୟଟକ, ଆଉ ତା’ପରେ..

- Advertisement -

 

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories