www.samajalive.in
Saturday, December 13, 2025
26.1 C
Bhubaneswar

ଜମି ବିବାଦକୁ ନେଇ ଠେଙ୍ଗା ମାଡରେ ଦୁଇ ଗୁରୁତର

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତର ଖୋରଜୋଡା ଗ୍ରାମରେ ଜମି ଜମା ବିବାଦକୁ ନେଇ ଗଣ୍ଡଗୋଳ ହୋଇଛି । ଏହି ଗଣ୍ଡଗୋଳରେ  ଶିକ୍ଷକ ପୁତୁରାର ଠେଙ୍ଗା ମାଡରେ ବଡ ମା ସହିତ ଭାଉଜ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ପରିବାର ଲୋକେ ସ୍ଥାନୀୟ କଲ୍ୟାଣସିଂହପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ଦେଖିବାକୁ ମିଳିଛି ।

ଆଜି ସକାଳ ପ୍ରାୟ ୧୦ ଟା ସମୟରେ ଖରଜୋଡାରେ ଥିବା ବାସଭବନ  ଆସି ଶିକ୍ଷକ ଦୁର୍ଗେଶ ବାଗ ଓ ତାଙ୍କ ମା ସ୍ଵାଦାମଣି ବାଗ  ଅଶ୍ଳୀଳ ଭାଷାରେ ଗାଳି ଗୁଳଜ କରିବା ସହ ଠେଙ୍ଗାରେ ଆକ୍ରମଣ କରିଥିବା ଆହତ ବଡ ମା’ କାନ୍ଥିମା ବାଗ ଓ ତୁଳସୀ ବାଗ ଅଭିଯୋଗ କରିଛନ୍ତି । ଏ ନେଇ ବଡ ମା’ ଏବଂ ଭାଉଜ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି।  ସେ କହିଛନ୍ତି ଜମିଜମା ବିବାଦକୁ ନେଇ ଏହିଭଳି ଘଟଣା ଘଟାଇଥିବା କହିଥିବାବେଳେ ଶିକ୍ଷକ ଦୁର୍ଗେଶ ବାଗ ଏହାକୁ ଖଣ୍ଡନ କରିବା ସହ ପାଲଟା ଅଭିଯୋଗ କରିଛନ୍ତି ଯେ ବଡ ମା ଓ ଭାଉଜ ମିଶି ଗଣ୍ଡଗୋଳ କରିବା ସହ ୫୫ ହଜାର ତିରିଶ ଟଙ୍କା ସହ ୧.୪ଗ୍ରାମର ସୁନା ଚେନ ଟାଣି ନେଇଛନ୍ତି। ଏହି ସମ୍ପର୍କରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories