www.samajalive.in
Friday, December 12, 2025
23.1 C
Bhubaneswar

ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ – ଏମିତି ପରିସ୍ଥିତିରେ ମିଳିଲା…

କୋଲକାତା – କୋଲକାତାର ଏକ ଡାକ୍ତରଖାନାରେ ମହିଳାଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଆରିଜ୍‌ ମେଡିକାଲ୍‌ କଲେଜ୍‌ରେ ମହିଳା ଡାକ୍ତରଙ୍କ ଶବକୁ ପୁଲିସ ଜବତ କରିଛି । ଏହାର ଚତୁର୍ଥ ମହଲାରେ ମହିଳାଡାକ୍ତରଙ୍କ ଶବ ପଡିଥିଲା । କିଛି କର୍ମଚାରୀ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ । ରାତିରେ ଡ୍ୟୁଟି କରୁଥିବା ଏହି ମହିଳାଙ୍କ ଶରୀରର ବିଭିନ୍ନ ଅଂଶରେ ଦାଗ ରହିଥିବା ବେଳେ ଶରୀରରୁ ପୋଷାକରୁ ଚିରି ଦିଆଯାଇଥିଲା । ଦୁଷ୍କର୍ମ ପରେ ଏହି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

ପୁଲିସ ଆୟୁକ୍ତ ବିନୀତ କୁମାର ଗୋୟଲ ଏବଂ ଅନ୍ୟ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛନ୍ତି । ଏହି ହତ୍ୟାକାଣ୍ଡ ବିରୋଧରେ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଆରିଜ୍‌ ଡାକ୍ତରଖାନାର ମହିଳା ଡାକ୍ତରମାନେ ଏବେ ସୁରକ୍ଷାକୁ ନେଇ ଭୟଭୀତ ଅବସ୍ଥାରେ ରହିଛନ୍ତି . ତାଙ୍କ ଶରୀରର ଅବସ୍ଥାକୁ ଦେଇ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅନ୍ୟ ଡାକ୍ତରମାନେ ଆଶଙ୍କା ପ୍ରକାଶ କରିଛନ୍ତି ।

- Advertisement -

ମୃତକଙ୍କ ପିତା ମଧ୍ୟ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପୁଲିସ ତଥା ଗଣମାଧ୍ୟମର ପ୍ରତିନିଧମାନଙ୍କୁ ସୂଚନା ଦେଇଛନ୍ତି । ମାତ୍ର ଡାକ୍ତରଖାନା କର୍ତ୍ତୃପକ୍ଷ ଏହାକୁ ଆତ୍ମହତ୍ୟା ରଙ୍ଗ ଦେବା ପାଇଁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି । ଏହାପରେ ସେଠାରକ ଡାକ୍ତରୀ ଛାତ୍ରଙ୍କ ସହ ସମସ୍ତ ହାଉସ୍‌ ସର୍ଜନ ଏବଂ ଅନ୍ୟ ଡାକ୍ତରମାନେ ଧାରଣାରେ ବସିଥିଲେ । ପୂର୍ବରୁ ଏହି ମେଡିକାଲ୍‌ କଲେଜ୍‌ ନାମରେ ଅନେକ ଅଭିଯୋଗ ରହିଛି । ଏହି ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ପଶ୍ଚିମବଙ୍ଗ ସରକାରଙ୍କ ସମର୍ଥନ ମିଳୁଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories