ଅଗଷ୍ଟ ୧୫ରେ ଆସିବ ସୁଭଦ୍ରା ଯୋଜନା ଏସଓପି
ଭୁବନେଶ୍ବର: ସ୍ବାଧୀନତା ଦିବସ ଅବସରରେ ତଥା ଅଗଷ୍ଟ ୧୫ ତାରିଖରେ ସୁଭଦ୍ରା ଯୋଜନାର ଏସଓପି ତଥା ଏହାର ମାର୍ଗଦର୍ଶିକା ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୂଚନା ଦେଇଛନ୍ତି। ଉପମୁଖ୍ୟ ମନ୍ତ୍ରୀ କହିଛନ୍ତି ଯେ ସୁଭଦ୍ରା ଯୋଜନା ଏସଓପି ଅଗଷ୍ଟ ୧୫ ତାରିଖରେ ଆସିବ। ଏଥିରେ କିଏ ପାଇବେ ଏବଂ କିଏ ପାଇବେନି ତା’ର ଚିତ୍ର ସ୍ପଷ୍ଟ ହେବ। ଏହାର ମୋବିଲିଟି କ’ଣ ରହିବ ଓ ଫର୍ମାଟ ବାବଦରେ ଜଣଶପଡ଼ିବ। ତେଣୁ ମହିଳାଙ୍କୁ ଭ୍ରମିତ ନ ହେବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଆହ୍ବାନ ଦେଇଛନ୍ତି।
ସେପ୍ଟେ୍ବର ୧୭ରେ ସୁଭଦ୍ରା ରାଜ୍ୟରେ ଯୋଜନା ଲାଗୁ ହେବ। ସୁଭଦ୍ରା ଯୋଜନା ପାଇଁ ଆଧାର କାର୍ଡ ହିଁ ଯଥେଷ୍ଟ। ତେବେ ଉଚ୍ଚ ବର୍ଗର ଲୋକ ଏଥିରୁ ବାଦ ପଡିପାରନ୍ତି। ବିଶେଷକରି ଯେଉଁମାନେ ଆୟକର ଦେଉଛନ୍ତି ସେମାନଙ୍କୁ ସରକାର ବାଦ ଦେଇପାରନ୍ତି। ତେବେ ଅଗଷ୍ଟ ୧୫ରେ ଏସଓପି ଆସିବା ପରେ ସୁଭଦ୍ରା ନେଇ ଚିତ୍ର ଆହୁରି ସ୍ପଷ୍ଟ ହେବ ବୋଲି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ପ୍ରକାଶ କରିଛନ୍ତି।
Comments are closed.