www.samajalive.in
Wednesday, December 10, 2025
26.1 C
Bhubaneswar

ବଜ୍ରାଘାତରେ ୨ ମୃତ

ସୋର: ଗୋପୀନାଥପୁର ପଞ୍ଚାୟତ ରାଇପିତାମ୍ବର ଗାଁରେ ବଜ୍ରାଘାତ।ବିଲରେ କାମ କରୁଥିବାବେଳେ ଅଘଟଣ। ବଜ୍ରାଘାତରେ ୨ଜଣ  ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଯୁବକଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକ ହେଲେ ବସନ୍ତ ଦାସ ଓ ନରେନ୍ଦ୍ର ବିଶ୍ୱାଳ ହୋଇଥିବାବେଳେ ଗୁରୁତର ଅବସ୍ଥାରେ ସୁରେନ୍ଦ୍ର ସାହୁଙ୍କୁ ସୋର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆଜି ଅପରାହ୍ଣରେ ବିଲକୁ କାମ କରିବାକୁ ଯାଇଥିବାବେଳେ ହଠାତ୍ ବଜ୍ରପାତ ହୋଇଥିଲା । ଫଳରେ ବସନ୍ତ, ନରେନ୍ଦ୍ର ଓ ସୁରେନ୍ଦ୍ର ଜମିରେ ପଡ଼ିଯାଇଥିଲେ । ସମସ୍ତଙ୍କୁ ଉଦ୍ଧାର କରି ପରିବାର ଲୋକ ସୋର ଡାକ୍ତରଖାନାକୁ ନେଇଥିବାବେଳେ ସେଠାରେ ବସନ୍ତ ଓ ନରେନ୍ଦ୍ରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories