www.samajalive.in
Saturday, December 6, 2025
26.1 C
Bhubaneswar

ବିଶ୍ୱ ଆଦିବାସୀ ଦିବସ ପାଳନ କଲା ବିଜେଡି: ନବୀନ କହିଲେ ଆଦିବାସୀଙ୍କ ବିକାଶ କାର୍ଯ୍ୟ ଜାରି ରହୁ

ଭୁବନେଶ୍ୱର: ଆଜି ବିଶ୍ୱ ଆଦିବାସୀ ଦିବସ। ଶଙ୍ଖ ଭବନରେ ବିଶ୍ୱ ଆଦିବାସୀ ଦିବସକୁ ଧୁମଧାମରେ ପାଳନ କରିଛି ବିଜେଡି। ସାମିଲ ହୋଇଥିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ଏହି ଅବସରରେ ନବୀନ ଉଦବୋଧନ ଦେଇ କହିଛନ୍ତି ଆଦିବାସୀଙ୍କ ଉନ୍ନତି ପାଇଁ ବିଜେଡି ସରକାରରେ ଥିବାବେଳେ ଅନେକ କାମ କରିଛି। ଆଦିବାସୀ ନେତାଙ୍କୁ ସମ୍ମାନ ଜଣାଇ ହସ୍ପିଟାଲ ନିର୍ମାଣ ହୋଇଛି। ଯେପରିକି କଳାହାଣ୍ଡିରେ ରେଣ୍ଡୋ ମାଝୀ ମେଡିକାଲ କଲେଜ ପ୍ରତିଷ୍ଠା, ବାରିପଦାରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ପ୍ରତିଷ୍ଠା ଏବଂ ରାଉରକେଲାରେ ବିର୍ସାମୁଣ୍ଡା ହକି ଷ୍ଟାଡିୟମ ସ୍ଥାପନ ଇତ୍ୟାଦି ବିଜେଡି କରିଛି। ଆଦିବାସୀଙ୍କ ସେବାରେ ସବୁବେଳେ ବିଜେଡି ରହିଛି ଓ ରହିବ। ଆଦିବାସୀ ଭାଷାକୁ ମାନ୍ୟତା ଦେବା ପାଇଁ କେନ୍ଦ୍ର ନିକଟରେ ଦାବି କରି ଆସୁଛି ବିଜେଡି। ଏହାସହିତ ଆଦିବାସୀଙ୍କ ବିକାଶ ପାଇଁ ବିଜେଡି ଉଦ୍ୟମ ଜାରି ରଖିବ ବୋଲି ନବୀନ କହିଛନ୍ତି।

- Advertisement -

 

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories