www.samajalive.in
Saturday, December 6, 2025
26.1 C
Bhubaneswar

ନିର୍ବାଚନରେ ସ୍ୱଚ୍ଛତାକୁ ନେଇ ଅଭିଯୋଗ କଲେ ବିଜେଡି ନେତ୍ରୀ ଲେଖାଶ୍ରୀ

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନରେ ସ୍ୱଚ୍ଛତାକୁ ନେଇ ବଡ ଅଭିଯୋଗ ଆଣିଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର। ଇଭିଏମ୍‌‌, ଇସିଆଇର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଭୋଟ ଗ୍ରହଣ ଦିନ ପଡିଥିବା ଭୋଟ ଓ ଫଳାଫଳ ପ୍ରକାଶ ଦିନ ଗଣାଯାଇଥିବା ଭୋଟ ଭିତରେ ୫କୋଟିର ବ୍ୟବଧାନ ରହିଛି। ୭୯ଟି ସଂସଦୀୟ କ୍ଷେତ୍ରରେ ଫଳାଫଳ ଭିନ୍ନ ହୋଇଥାନ୍ତା, ଓଡ଼ିଶାରେ ମଧ୍ୟ ୧୮ଟି ଆସନରେ ବି ନିର୍ବାଚନ ଫଳାଫଳ ଅଲଗା ହୋଇଥାନ୍ତା। ଏହି ଫଳାଫଳ ହୋଇଥିଲେ ବିଜେପି କେନ୍ଦ୍ରରେ ସରକାର ଗଢିପାରିନଥାନ୍ତା। ଏହାସହିତ ଇଭିଏମ ଓ ଇସିଆଇଙ୍କ ସ୍ୱଚ୍ଛତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଗଣତନ୍ତ୍ର ପ୍ରତି ବିଜେପିର ଏହା ଷଡଯନ୍ତ୍ର। ଖାସ କରି ଓଡ଼ିଶା ଓ ଆନ୍ଧ୍ର ଏହି ଦୁଇ ରାଜ୍ୟରେ ଷଡଯନ୍ତ୍ର କରିଛି ବିଜେପି। ୨୦୧୯ରେ ଓଡ଼ିଶାରେ ୮ଟି ସାଂସଦ ଜିତିଥିଲେ ଏଥର ୨୧ରୁ ୨୦ଟିରେ କେମିତି ଜିତିଲେ ତାହା ସନ୍ଦେହ ସୃଷ୍ଟି କରିଛି। ଏଡିଆର ଯେଉଁ ରିପୋର୍ଟ ଦେଇଛି ତାହା ୫କୋଟିର ଅନ୍ତର ରହିଛି। ୨୦୧୯ରୁ ଇଭିଏମରେ ତ୍ରୁଟି ନେଇ ସୁପ୍ରିମକୋର୍ଟରେ ମାମଲା ଚାଲିଛି।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories