www.samajalive.in
Sunday, December 14, 2025
26.1 C
Bhubaneswar

ଯୁବକଙ୍କୁ ମାରି କେନାଲରେ ଫିଙ୍ଗିଦେଲେ ! ୨ ଅଟକ

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଟୁକୁରା ପଞ୍ଚାୟତର ବ୍ରାହ୍ମଣ ଟୁକୁରା ରାଧାପଡ଼ାର ବିଦେଶୀ ଗହିର ନାମକ ବ୍ୟକ୍ତିଙ୍କ  ମୃତଦେହ  ମାହେଶ୍ୱରୀ ହୋଟେଲ ପଛପଟେ ଯାଇଥିବା କେନାଲରୁ ପୁଲିସ ଜବତ କରିଛି। ତାଙ୍କୁ ହତ୍ୟା କରି କେନାଲରେ ଫିଙ୍ଗିଦିଆଯାଇଥିବା ସନ୍ଦେହ କରାଯାଉଛି। ଏହି ଘଟଣାରେ ପୁଲିସ ସନ୍ଦେହରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ମିଳିଥିବା ସୂଚନା ଅନୁସାରେ, ବିଦେଶୀ ବୁଧବାର ସନ୍ଧ୍ୟା ପ୍ରାୟ ୭ଟାରେ  ପିଲାଙ୍କ ପାଇଁ ଦୋକାନରୁ ଜଳଖିଆ କିଣି ଆଣି ଦେଇଥିଲେ। ପରେ ସେ ଛକ ଆଡୁ ଟିକେ ଆସୁଛି ବୋଲି ଘରେ କହି ବାହାରିଥିଲେ । କିନ୍ତୁ ଗୁରୁବାର ସକାଳ ସୁଦ୍ଧା ମଧ୍ୟ  ଘରକୁ ଫେରି ନ ଥିଲେ । ତେଣୁ  ପରିବାରବର୍ଗ ଗ୍ରାମର ଲୋକଙ୍କୁ ପଚରାଉଚରା  କରିବା ସହ ଖୋଜା ଖୋଜି ଆରମ୍ଭ କରିଥିଲେ । ଗୁରୁବାର ଅପରାହ୍ନରେ କେନାଲ  ମରାମତି କାମ  କରୁଥିବା ବିଭାଗୀୟ କର୍ମଚାରୀମାନେ କେନାଲ ଭିତରେ ଏକ ମୃତଦେହ ଭାସୁଥିବା ଦେଖି  ନିକଟରେ ଥିବା ହୋଟେଲକୁ ଖବର ଦେଇଥିଲେ । ଏହା ପରେ ହୋଟେଲ ମାଲିକ ଅତାବିରା ଥାନାକୁ ଜଣାଇଥିଲେ । ଖବର ପାଇ ଗୋଡ଼ଭଗା ଫାଣ୍ଡି ଓ ଅତାବିରା ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲେ। ଏହାପରେ ମୃତଦେହଟି ବିଦେଶୀ ଗହିରଙ୍କର ବୋଲି ଜଣା ପଡିଥିଲା । ପରେ ପରିବାର ବର୍ଗ ଆସି ତାଙ୍କୁ ଚିହ୍ନଟ କରିଥିଲେ । ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ୨ ଜଣ ବ୍ୟକ୍ତ ବିଦେଶୀଙ୍କ ସହିତ ସନ୍ଧ୍ୟାରେ ବୁଲୁଥିବା କିଛି ଲୋକ ଦେଖିଥିବାରୁ ସେ ବିଷୟରେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଉକ୍ତ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ପରେ ବରଗଡ଼ ଏସଡିପିଓ, ସମ୍ବଲପୁରର ଅନୁସନ୍ଧାନୀ ଦଳଙ୍କୁ ଡକାଯାଇ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଅଧିକ ତଦନ୍ତ ଜାରି ରଖିବା ସହ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ବରଗଡ଼  ପଠାଯାଇଛି।  ରିପୋର୍ଟ ଆସିବା ପରେ ପ୍ରକୃତ ରହସ୍ୟ ଉନ୍ମୋଚନ ହେବ ବୋଲି ଜଣାପଡିଛି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories