www.samajalive.in
Sunday, December 7, 2025
23.1 C
Bhubaneswar

ପଶ୍ଚିମବଙ୍ଗକୁ ଯାଉଥିବା ଖାଦ୍ୟ ଗାଡି ଅଟକାଇଲେ: ଆଳୁ ଗାଡି ଆସୁ ନ ଥିବାରୁ ପ୍ରତିବାଦ

ସମାଜ ଡିଜିଟାଲ ଡେସ୍କ: ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ଗାଡି ଆସୁନାହିଁ। ପଶ୍ଚିମବଙ୍ଗ ସରକାର ପର୍ଯ୍ୟାପ୍ତ ପରିମାଣର ଆଳୁ ଗାଡି ଛାଡୁନଥିବାରୁ ଓଡ଼ିଶାରେ ଆଳୁ ସଙ୍କଟ ଦେଖାଦେଇଛି। ଫଳରେ ଓଡ଼ିଶା ଦେଇ ପଶ୍ଚିମବଙ୍ଗକୁ ଯାଉଥିବା ପରିବା ଗାଡିକୁ ଛାଡିନାହାଁନ୍ତି କଟକ ବିଭିନ୍ନ ସାମାଜିକ ସଂଗଠନ। ପଶ୍ଚିମବଙ୍ଗ ସରକାରଙ୍କ ବୈମାତୃକ ମନୋଭାବକୁ ପ୍ରତିବାଦ କରି ୧୬ ନଂ ଜାତୀୟ ରାଜପଥରେ ପରିବା ବୋଝେଇ ଗାଡି ସହ ଅନ୍ୟାନ୍ୟ ଗାଡିଗୁଡିକୁ ରାସ୍ତାରେ ଅଟକାଇଛନ୍ତି ସଂଗଠନର ସଦସ୍ୟ। ପଶ୍ଚିମବଙ୍ଗ ସରକାରଙ୍କ ରାଜନୈତିକ ଉଦ୍ଦେଶ୍ୟ ରଖି ଓଡ଼ିଶାକୁ ଆଳୁ ଗାଡି ନଛାଡିବା ପ୍ରତିବାଦରେ ଓଡ଼ିଶା ମଧ୍ୟ ଦେଇ ପଶ୍ଚିମବଙ୍ଗକୁ କୌଣସି ଖାଦ୍ୟ ସାମଗ୍ରୀ ଗାଡି ଛଡାଯିବ ନାହିଁ ବୋଲି କୁହାଯାଇଛି। ଆଜି ସକାଳୁ ମଙ୍ଗୁଳି ଛକରେ ଗାଡି ଗୁଡିକ ଅଟକାଇ ପ୍ରତିବାଦ କରିଛନ୍ତି ସଂଗଠନର ସଦସ୍ୟ। ପର୍ଯ୍ୟାପ୍ତ ପରିମାଣର ଆଳୁ ଗାଡି ଆସୁନଥିବାରୁ ରାଜ୍ୟରେ ଆଳୁ ଅଭାବ ଦେଖା ଦେବା ସହିତ ଦର ବୃଦ୍ଧି ପାଇଥିବା ଅଭିଯୋଗ କରିଛନ୍ତି ସାମାଜିକ ସଂଗଠନ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories