www.samajalive.in
Thursday, December 11, 2025
18.1 C
Bhubaneswar

ଶିଶୁ ପାଇଁ ଟୀକା ଭାବେ ସୁରକ୍ଷା ଦେଇଥାଏ ମା’ର କଷ କ୍ଷୀର

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତର ବଡ଼ ତୋଡ୍ରା ଗ୍ରାମରେ ସ୍ତନ୍ୟପାନ ଦିବସ ପାଳିତ ହୋଇଯାଇଛି। ଅଗଷ୍ଟ୧ ଠାରୁ ୭ ସ୍ତନ୍ୟପାନ ସପ୍ତାହ ଅବସରରେ ପିହେଚଆରଏସ ସଂସ୍ଥା ପକ୍ଷରୁ ଆଶା, ଅଙ୍ଗନୱାଡି କର୍ମୀମାନଙ୍କୁ ନେଇ ପ୍ରତ୍ୟେକ ମହିଳା ପୁରୁଷ ମାନଙ୍କୁ ନେଇ ଶୋଭାଯାତ୍ରା ସହ ସଚେତନତା କରାଯାଇଛି ମାଆର  ପ୍ରଥମ କଷ କ୍ଷୀର ଶିଶୁକୁ ପ୍ରଥମ ଟୀକା ଭାବରେ ସୁରକ୍ଷା ଦେଇଥାଏ । ଶିଶୁ ଜନ୍ମ ର ୬ମାସ  ପର୍ଯ୍ୟନ୍ତ କେବଳ ମାଆ କ୍ଷୀର ଦେବ ଅନ୍ୟ କୌଣସି ଗାଈ କ୍ଷୀର , ମହୁ, ସେରଲେକ , ଲାକ୍ଟଜିନ, ଡବା କ୍ଷୀର ଖାଇବାକୁ ବାରଣ କରାଯାଇଛି ।
ଶିଶୁକୁ ୬ମାସ  ହେବା ପରେ ମାଆ କ୍ଷୀର ସହ ନିୟମିତ ଉପରିହାର ତିନି ରଙ୍ଗର ଖାଦ୍ୟ ଦେବା, ମାଆକୁ ବିଶ୍ରାମ ସହ ପରିପୁରକ ଆହାର ଦେବା ପାଇଁ କହିବା ସହ ମମତା ଯୋଜନାରେ ସରକାର ଯେଉଁ ସହାୟତା ପ୍ରଦାନ କରୁଛନ୍ତି। ସେହି ଟଙ୍କାରେ ଶିଶୁ ଓ ମାଆକୁ ପରିପୁରକ ଆହାର ଯୋଗାଇଦେବା ସହ ପରିବାରରେ ସେବା, ଯତ୍ନ ଓ ସୁରକ୍ଷା କରିବାର ଅଛି। ଯେତେବେଳେ ଶିଶୁ ମା କ୍ଷୀର ଖାଇବ ସେତେବେଳେ ମାଆ ଅନ୍ୟ ମନସ୍କ ନ ରସହି ଶିଶୁକୁ କ୍ଷୀର ଖାଇବାକୁ ଦେବା ଦରକାର ବୋଲି ପିହେଚ ଆରଏସ ସଂସ୍ଥାର କର୍ମଚାରୀମାନେ  ପରାମର୍ଶ ଦେଇଥିଲେ। ବ୍ଲକରେ ଥିବା ୫୦ଟି ଶିଶୁ ଘର କେନ୍ଦ୍ରର ପ୍ରତ୍ୟେକ କେନ୍ଦ୍ରରେ  ସ୍ତନ୍ୟପାନ ଦିବସ ପାଳନ କରାଯାଇଛି।

Hot this week

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

Related Articles

Popular Categories