www.samajalive.in
Wednesday, December 10, 2025
16.1 C
Bhubaneswar

ଗୋପବନ୍ଧୁ ସେବିକା ମହାବିଦ୍ୟାଳୟ ପକ୍ଷରୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

ଗୁରୁଡିଝାଟିଆ: ସ୍ତନ୍ୟପାନ ଶିଶୁର ଜନ୍ମଗତ ଅଧିକାର । ଏହାଦ୍ୱାରା ଶିଶୁର ମାନସିକ, ବୌଦ୍ଧିକ ଓ ଶାରିରୀକ ବିକାଶ ହେବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିପାଇଥାଏ । ଶିଶୁ ସୁସ୍ଥ ରହିଥାଏ । ଏଥିପ୍ରତି ପ୍ରତ୍ୟେକ ମା’ ପ୍ରଯତ୍ନଶୀଳ ହେବା ଆବଶ୍ୟକ। ଗୋପବନ୍ଧୁ ସେବିକା ମହାବିଦ୍ୟାଳୟ ପକ୍ଷରୁ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଆୟୋଜିତ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ ଉତ୍ସବରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ଦିଲୀପ କୁମାର ଦାସ ମୁଖ୍ୟଅତିଥି ଭାବରେ ଯୋଗଦେଇ ଏହା କହିଥିଲେ।

ସେବିକା ମହାବିଦ୍ୟାଳୟ ଅଧ୍ୟକ୍ଷ ଏଡଉଇନ ଆନନ୍ଦଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଡାକ୍ତର ଦାସ କହିଥିଲେ, ଏବେ ବି ଅନେକ ଗାଁ ଗହଳିର ପ୍ରସୂତିମାନେ ଠିକ୍‌ ଢଙ୍ଗରେ ଶିଶୁକୁ ସ୍ତନ୍ୟପାନ କରାଇବାର କୌଶଳ ଠାରୁ ଦୂରରେ । ବିଦ୍ୟାର୍ଥୀମାନଙ୍କ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ ବାସ୍ତବିକ ପ୍ରଶଂସନୀୟ ଏବଂ ଏହାର ସୁଦୂର ପ୍ରସାରୀ ଭୂମିକା ରହିଛି। ଡାକ୍ତର ଲିଲିନା ପରିଡା, ପିଏଚଇଓ କବିତାରାଣୀ ଦାସ ପ୍ରମୁଖ ଅତିଥିଭାବରେ ଯୋଗଦେଇଥିଲେ । ସେବିକା ମହାବିଦ୍ୟାଳୟର ବିଦ୍ୟାର୍ଥୀମାନେ କ୍ଷୁଦ୍ର ସଚେତନଧର୍ମୀ ନାଟକ ମାଧ୍ୟମରେ ଅଶିକ୍ଷା, କୁସଂସ୍କାର, ଗୁଣିଗାରେଡିଠାରୁ ଦୂରରେ ରହି ଶିଶୁକୁ ଚିକିତ୍ସକଙ୍କ ନିକଟରେ ପହଞ୍ଚାଇବା ସହ ସେମାନଙ୍କ ପରାମର୍ଶ ନେବା। କାହିଁକି ଓ କିପରି ସ୍ତନ୍ୟପାନ କରାଇବା ସହିତ ମାଆର କଷକ୍ଷୀରର ଗୁରୁତ୍ୱ ସଂପର୍କରେ ବୁଝାଇଥିଲେ। ଏପରିକି ପ୍ରଚାର ପତ୍ର(ପୋଷ୍ଟର) ମାଧ୍ୟମରେ ସ୍ତନ୍ୟପାନର ବିଭିନ୍ନ ସୋପାନଗୁଡିକ ପ୍ରଦର୍ଶନ କରିଥିଲେ। ସେବିକା ମହାବିଦ୍ୟାଳୟର ବିଦ୍ୟାର୍ଥୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ଭୂମିକା ନିଭାଇଥିଲେ। ଅଧ୍ୟାପିକା ମଧୁସ୍ମିତା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories