www.samajalive.in
Thursday, December 11, 2025
23.1 C
Bhubaneswar

ଆପ୍‍ରୁ ସୁଖପାଳ ସିଂହଙ୍କ ଇସ୍ତଫା

ନୂଆଦିଲ୍ଲୀ : ପଞ୍ଜାବ ଆମ ଆଦମୀ ପାର୍ଟି (ଆପ)ର ବିଦ୍ରୋହୀ ବିଧାୟକ ସୁଖପାଳ ସିଂହ ଖୈରା ରବିବାର ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। ସେ ଇସ୍ତଫା ଦେବା ପରେ କହିଛନ୍ତି ଯେ ଆପ ମୂଳ ବିଚାରଧାରା ଓ ସିଦ୍ଧାନ୍ତରୁ ସମ୍ପୂର୍ଣ୍ଣ ରୂପେ ଦିଗହରା ହୋଇପଡ଼ିଛି। ଦଳ ବିରୋଧୀ ଗତିବିଧି ମାମଲାରେ ଗତ ବର୍ଷ ନଭେମ୍ବର ମାସରେ ସୁଖପାଳଙ୍କୁ ଆପରୁ ନିଲମ୍ବିତ କରାଯାଇଥିଲା। ସେ ରବିବାର ତାଙ୍କ ଇସ୍ତଫାପତ୍ର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜରିୱାଙ୍କ ନିକଟକୁ ପଠାଇ ଦେଇଥିବା ସୂଚନା ଦେଇଛନ୍ତି।
ଉଲ୍ଲେଖ ଯେ ଏହା ପୂର୍ବରୁ ଏଚ୍‍ଏସ୍‍ ଫୁଲକା  ଆପରୁ ଇସ୍ତଫା ଦେଇଥିଲେ। ଖୈର ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି ଯେ ଦେଶର ପାରମ୍ପରିକ ରାଜନୈତିକ ଦଳଗୁଡ଼ିକର ରାଜନୈତିକ ସଂସ୍କୃତି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇସାରିଛି। ଏହି ସମୟରେ ଆନ୍ନାଙ୍କ ବିଦ୍ରୋହରୁ ଆପ ଦଳର ସୃଷ୍ଟି ଲୋକଙ୍କ ମନରେ ସକରାତ୍ମକ ଆଶା ସଂଚାର କରିଥିଲା। ଏବେ ଆପର ସଂସ୍କୃତି ପାରମ୍ପରିକ ରାଜନୈତିକ ଦଳଗୁଡ଼ିକର ସଂସ୍କୃତିଠାରୁ ଅଲଗା ନୁହେ ବୋଲି ଅନୁଭବ କରୁଛି। ତେଣୁ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଉଛି ଓ ଏନେଇ ଇସ୍ତଫାପତ୍ର ଦଳର ମୁଖିଆଙ୍କୁ ପଠାଇ ଦେଇଛି।

Hot this week

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

Related Articles

Popular Categories