www.samajalive.in
Tuesday, December 9, 2025
16.1 C
Bhubaneswar

ସକାଳୁ ଶଯ୍ୟା ତ୍ୟାଗ ପରେ କରନ୍ତୁ ନାହିଁ ଏସବୁ କାମ : ଦେଖାଦେବ ଅନେକ ସମସ୍ୟା

କୁହାଯାଏ ଯେ ଦିନର ଆରମ୍ଭ ଯେମିତି ହୁଏ ସେହି ଅନୁସାରେ ସାରା ଦିନ ଅତିବାହିତ ହୁଏ। ଦିନ ଆରମ୍ଭରୁ ଅର୍ଥାତ୍ ଶଯ୍ୟା ତ୍ୟାଗ କରୁକରୁ ଅନେକ ଲୋକଙ୍କର ଏପରି କିଛି ଅଭ୍ୟାସ ରହିଥାଏ ଯାହା ସେମାନଙ୍କ ସ୍ଵାସ୍ଥ୍ୟକୁ ମଧ୍ୟ ପ୍ରଭାବିତ କରିଥାଏ। ଗୋଟିଏ ପଟେ କିଛି ଅଭ୍ୟାସ ଶରୀର ପାଇଁ ଲାଭଦାୟକ ତଥା ଅନୁକୂଳ ଥିବା ବେଳେ ଆଉ କିଛି ଅଭ୍ୟାସ ଆମ ଶରୀର ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ। ଯାହା ଆପଣଙ୍କୁ ରୋଗଗ୍ରସ୍ତ କରିଥାଏ। ସକାଳୁ ଶୀଘ୍ର ଶଯ୍ୟା ତ୍ୟାଗ କରିବା ସ୍ଵାସ୍ଥ୍ୟପକ୍ଷେ ହିତକର ହୋଇଥାଏ। ମାତ୍ର ଏମିତି କିଛି କାମ ରହିଛି ଯାହା ସକାଳୁ କଲେ ଆପଣ ଅନେକ ରୋଗର ଶୀକାର ହୋଇପାରନ୍ତି। ତେବେ ଚାଲନ୍ତୁ ଜାଣିବା ସକାଳୁ ଉଠିବା ପରେ କେଉଁ କାମ କରିବା ଉଚିତ ନୁହେଁ –

କଫି ପିଇବା : ଅଧିକାଂଶ ଲୋକେ ସକାଳର ଆରମ୍ଭ କଫି କପ୍ ସହିତ କରନ୍ତି। ମାତ୍ର ବିଶେଷଜ୍ଞଙ୍କ ଅନୁସାରେ ସକାଳୁ ଉଠିବା ମାତ୍ରେ କଫି ପିଇବା ଦ୍ବାରା ଶରୀରର କାର୍ଟିସୋଲ(ଏକ ହର୍ମୋନ୍)ର ସ୍ତରକୁ ବଢ଼ାଇଥାଏ। ଯଦ୍ବାରା ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ। ତେଣୁ ସକାଳୁ ଉଠିବା ମାତ୍ରେ ହିଁ କଫି ପିଅନ୍ତୁ ନାହିଁ। ସକାଳେ କିଛି କାମ କରିବା ପରେ କଫି ପିଅନ୍ତୁ, ଯାହା ଶରୀର ପାଇଁ ଲାଭଦାୟକ ହେବ।

- Advertisement -

ଉଠିବା ପରେ ଶୋଇ ରହିବା : ସାଧାରଣତଃ ଆମ ମାନଙ୍କ ମଧ୍ୟରୁ ଅନେକ ଲୋକ ସକାଳୁ ଶୀଘ୍ର ଉଠିବାକୁ ପସନ୍ଦ କରିନଥାନ୍ତି। ଆଉ କିଛି ଲୋକ ଏମିତି ଥାଆନ୍ତି ଯେଉଁମାନେ ସକାଳୁ ଶଯ୍ୟାତ୍ୟାଗ କରିବା ପରେ ମଧ୍ୟ ବିଛଣାରେ ପଡ଼ି ରୁହନ୍ତି ବା ପୁଣି ଶୁଅନ୍ତି। ଯାହାକି ଏକ ଖରାପ ଅଭ୍ୟାସ। ଏହା ଦ୍ଵାରା ଶରୀର ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବା ସହ ଦୈନନ୍ଦିନର କାର୍ଯ୍ୟ ଉପରେ କୁପ୍ରଭାବ ପକାଇଥାଏ।

ଧୂମ ପାନ କରିବା : ଏମିତିରେ ଧୂମ ପାନ ଯେ କୌଣସି ସମୟରେ କଲେ ମଧ୍ୟ ଶରୀର ପ୍ରତି କ୍ଷତିକାରକ ହୋଇଥାଏ। ମାତ୍ର ସକାଳୁ ଉଠିବା ମାତ୍ରେ ଧୂମ ପାନ କରିବା ଅଧିକ ବିପଜ୍ଜନକ ସାବ୍ୟସ୍ତ ହୋଇଥାଏ। ଏହା ଦ୍ବାରା କର୍କଟ ରୋଗ ହେବାର ଆଶଙ୍କା ବୃଦ୍ଧି ପାଇଥାଏ।

ଝଗଡ଼ା କରିବା : ଦିନର ଆରମ୍ଭ ସକରାତ୍ମକ କାର୍ୟ୍ୟରୁ ଆରମ୍ଭ ହେବା ଉଚିତ। ତେଣୁ ସକାଳୁ ଉଠିବା ପରେ କାହାରି ସହିତ ଝଗଡ଼ା କରିବା ଉଚିତ୍ ନୁହେଁ। ଏଥିରେ ଦିନସାରା ନିଜର ମନ ଖରାପ ରହିଥାଏ। ଏଥିସହିତ କୌଣସି କାମରେ ସଠିକ ଭାବେ ମନ ଲାଗେନାହିଁ ଓ ସାରା ଦିନ ଅଶାନ୍ତିରେ କଟିଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories