www.samajalive.in
Friday, December 12, 2025
15.1 C
Bhubaneswar

ଧାମରାରେ ବିଜେଡିର ମିଶ୍ରଣ ପର୍ବ, ବିଧାୟକଙ୍କ ଉପସ୍ଥିତିରେ ଦାୟିତ୍ୱ ବଣ୍ଟନ

ଧାମରା: ଧାମରା ପଂଚାୟତରେ ବିଜୁ ଜନତା ଦଳର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହେବା ସହ ଏହି ସଭାରେ ସମସ୍ତ କର୍ମକର୍ତ୍ତାଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ କରାଯାଇଛି। ଧାମରା ଜୋନର ଜିଲା ପରିଷଦ ସଭ୍ୟ ବଳଭଦ୍ର ଲେଙ୍କାଙ୍କ ସଭାପତିତ୍ୱରେ ହୋଇଥିବା ସଭାରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଏବଂ ୨ନଂ ଜୋନର ଜିଲା ପରିଷଦ ସଭ୍ୟ ତଥା ଚାନ୍ଦବାଲି ବ୍ଲକର ବିଧାୟକଙ୍କ ପ୍ରତିନିଧି ରଞନ ସାହୁ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ।

ଆଜି ହୋଇଥିବା ମିଶ୍ରଣ ପର୍ବରେ ଅନ୍ୟ ଏକ ରାଜନୈତିକ ଦଳ ଛାଡି ଆସିଥିବା ମନୋଜ ମାଝୀ ନିଜର ସମର୍ଥକମାନଙ୍କ ସହ ବିଜେଡିରେ ସାମିଲ ହୋଇଥିଲେ। ବିଧାୟକ ସେମାନଙ୍କୁ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ କରିବା ସହ ସେମାନଙ୍କ ଉପସ୍ଥିତ ଆଗାମୀ ଦିନରେ ଧାମରା ପଂଚାୟତରେ ବିଜେଡି ଦଳକୁ ମଜବୁତ କରିବ ବୋଲି ନିଜର ବକ୍ତବ୍ୟ ରଖିଥିଲେ।

- Advertisement -

ଏହାପରେ ଧାମରା ପଂଚାୟତର ବିଜୁ ଜନତା ଦଳର ସଭାପତି ଭାବେ ଅନନ୍ତ ବିଶ୍ୱାଳ, କାର୍ଯ୍ୟକାରୀ ସଭାପତି ଭାବେ ରମେଶ ନାୟକ(ବାବୁ), ସହ ସଭାପତି ଭାବେ ତାହେର ଅଲ୍ଲି ଖାଁ, ସଂପାଦକ ଭାବେ ତ୍ରିଲୋଚନ ସାହୁ, ,ସହ ସଂପାଦକ ଭାବେ ସୁରେଶ ବାରିକ, କୁନା ସାମଲ ଏବଂ ଯୁଗ୍ମ ସଂପାଦକ ଭାବେ ମନୋଜ ମାଝୀ(ମେଘା), ପଂଚୁଆ ମହାଳିକ, ବିଜୁ ଜନତା ଦଳର ଯୁବ ସଭାପତି ଭାବେ ପତିତ ପାବନ ବେହେରା, ବାବୁଲି ଯୁବ ସହ ସଭାପତି ଭାବେ ଧନେଶ୍ୱର ମହାଳିକଙ୍କ ନାମ ଘୋଷଣା କରିଥିଲେ।

ଆଗାମୀ ଦିନରେ ପୁନଶ୍ଚ ଧାମରା ପଂଚାୟତରେ ବିଜୁ ଜନତା ଦଳ ସଂପୂର୍ଣ ଭାବେ ସକ୍ରିୟ ହୋଇ କାର୍ଯ୍ୟ କରିବ ବୋଲି ବିଧାୟକ ବ୍ୟୋମକେଶ ରାୟ ନିଜର ମତ ରଖିଥିଲେ। ଆଜି ହୋଇଥିବା ସଭାରେ ଧାମରା ତଥା ଜାଗୁଳା ପଂଚାୟତର ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories