www.samajalive.in
Saturday, December 13, 2025
26.1 C
Bhubaneswar

ଜେଲ୍‌ରେ ହିଁ ରହିବେ କେଜ୍ରିଓ୍ବାଲ, ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ପୁଣି ଥରେ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ସିବିଆଇ ଗିରଫଦାରୀକୁ ବେଆଇନ ଦର୍ଶାଇ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ କେଜ୍ରିଓ୍ବାଲ, ଯାହାକୁ ଖାରଜ କରି ଦେଇଛନ୍ତି ଅଦାଲତ। ଦିଲ୍ଲୀ ଅବକାରୀ ଦୁର୍ନୀତିର ସିବିଆଇ ସହ ଜଡ଼ିତ ମାମଲାରେ ଦିଲ୍ଲୀ ହାଇକୋର୍ଟ ସୋମବାର ଏହି ରାୟ ଶୁଣାଇଛନ୍ତି।

ସୂଚନାଯୋଗ୍ୟ, କେଜ୍ରିଓ୍ବାଲ ୧୧୫ ଦିନ ହେଲା ଜେଲ୍‌ରେ ଅଛନ୍ତି। ପୂର୍ବରୁ ସୁପ୍ରିମକୋର୍ଟ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ମାମଲାରେ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି, କିନ୍ତୁ ସିବିଆଇ ମାମଲାରେ ଆବେଦନ ଖାରଜ ହେବାରୁ କେଜ୍ରିୱାଲଙ୍କୁ ବର୍ତ୍ତମାନ ଜେଲରେ ହିଁ ରହିବାକୁ ପଡ଼ିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories