ସୁଆଣ୍ଡୋ: ଶ୍ରାବଣ ମାସ ଅଧା ହେଲାଣି, ହେଲେ ପାଣି ଅଭାବରୁ ବିଲରେ ରୁଆ କି ବେଉଷଣ ହୋଇ ପାରୁନାହଁ। ଧାନତଳିଗୁଡ଼କ ଗାଈଗୋରୁ ଛେଳି ମେଣ୍ଢାଙ୍କ ମୁହଁରୁ ରକ୍ଷା କରିବା ପାଇଁ ଚାଷୀମାନେ ବିଲରେ ଜଗୁଛନ୍ତି। ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ହେଉଥିବାବେଳେ ପୁରୀ ଜିଲାରେ ନିଅଣ୍ଟିଆ ବର୍ଷା ଲାଗିରହିଛି। ଚନ୍ଦନପୁର ଶାଖା କେନାଲରେ ପାଣି ଆସିଲେ ଚାଷୀମାନେ ଧାନତଳି ରୋଇବେ ବୋଲି ଚାତକ ପରି ଚାହିଁ ରହିଛନ୍ତି। କିନ୍ତୁ କେନାଲ ଶଯ୍ୟାରେ ଗଛ ଲଟା ଅଳିଆ ଆବର୍ଜନା ଭର୍ତ୍ତି ହୋଇ ରହିଛି। ଏପର୍ଯ୍ୟନ୍ତ ଏହା ଜଳସମ୍ପଦ ବିଭାଗ ପକ୍ଷରୁ ସଫା କରାଯାଇ ନାହିଁ। ଜଳଯୋଗାଣ କରାଯାଉ ନ ଥିବାରୁ ସଧାରଣରେ ଅସନ୍ତୋଷ ବଢିବାରେ ଲାଗିଛି। ନିମାପଡ଼ା ଜଳସଂପଦ ବିଭାଗ ଅଧୀନ ବଳଙ୍ଗା ଉପଖଣ୍ଡ ଅଧୀନରେ ଚନ୍ଦନପୁର ଶାଖା କେନାଲ ରହିଛି। କେନାଲରେ ଜଳଯୋଗାଣ ସମ୍ପର୍କରେ ବଳଙ୍ଗା ଉପଖଣ୍ଡ ଅଧୀନ ସହକାରୀ ଯନ୍ତ୍ରୀ ଅଜୟ ପ୍ରଧାନ କୁହନ୍ତି, କେନାଲରେ ପାଣି ଛଡ଼ା ଯାଇଛି। କିନ୍ତୁ କେନାଲ ସଫା ହେବାରେ ବିଳମ୍ବ ହେଉଥିବାରୁ ପାଣିର ସ୍ରୋତ ଧୀର ରହୁଛି। ଆଉ ୫ ଦିନ ମଧ୍ୟରେ କେନାଲର ଶେଷ ମୁଣ୍ଡରେ ପାଣି ପହଞ୍ଚିବ।
Popular Categories



