www.samajalive.in
Sunday, December 7, 2025
23.1 C
Bhubaneswar

ମହାପ୍ରଭୁଙ୍କ ନୀତିରେ କୌଣସି ବିଳମ୍ବ ଗ୍ରହଣୀୟ ନୁହେଁ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ନୀତି ବିଳମ୍ବକୁ ନେଇ ମୁହଁ ଖୋଲିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ସେ କହିଛନ୍ତି, ‘‘ଆଜି ମହାପ୍ରଭୁଙ୍କ ଚିତାଲାଗି ନୀତି ଥିବାରୁ କୌଣସି ବିଳମ୍ବ ଗ୍ରହଣୀୟ ନୁହେଁ। ଶୃଙ୍ଖଳିତ ନୀତିକାନ୍ତି ସମ୍ପାଦନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ସମସ୍ତଙ୍କ ସହଯୋଗ କାମନା କରୁଛି।’’

ସୂଚନାଯୋଗ୍ୟ, ରବିବାର ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ନୀତି ବିଳମ୍ବ ହୋଇଛି। ସୂର୍ଯ୍ୟପୂଜା ୮ଟା ୨୫ରେ ହୋଇଥିବାବେଳେ ଦ୍ଵାରାପାଳ ପୂଜା ପାଇଁ ୩ ଘଣ୍ଟା ବିଳମ୍ବ ହୋଇଛି। ୧୧ଟା ୨୫ରେ ଦ୍ଵାରାପାଳ ପୂଜା ସମ୍ପନ୍ନ ହୋଇଥିଲା। ତେବେ ପୂଜାପଣ୍ଡା ଓ ବିମାନବଡୁ ସେବକଙ୍କ ମଧ୍ୟରେ ବିବାଦ ଯୋଗୁ ନୀତିକାନ୍ତି ବିଳମ୍ବ ହୋଇଥିବା ଜଣାପଡ଼ିଛି। ଅପରପକ୍ଷେ ଶ୍ରାବଣ ମାସ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥିବାବେଳେ ବିଳମ୍ବ ଓ ଦର୍ଶନ ବନ୍ଦ ଯୋଗୁ ଭକ୍ତ ଗୁଳୁଗୁଳିରେ ହନ୍ତସନ୍ତ ହୋଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିସହ ବିଶୃଙ୍ଖଳିତ ସେବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଭକ୍ତ।

- Advertisement -

ତେବେ ଜୟ ବିଜୟ ଦ୍ଵାର ନିକଟକୁ ଜଣେ ବିମାନ ବଡୁ ଚାଲିଯିବାରୁ ମହାସ୍ନାନ ପାଇଁ ଜିଦ୍‌ ଧରିଥିଲେ ପୂଜାପଣ୍ଡା। ଏହାକୁ ନେଇ ବିବାଦ ହୋଇଥିଲା। ଦିନ ୮ଟା ୨୫ରୁ ୧୧ଟା ୨୫ ଯାଏଁ ଅଟକି ରହିଥିଲା ଠାକୁରଙ୍କ ନୀତିକାନ୍ତି। ଆଲୋଚନା ପରେ ବିବାଦର ସମାଧାନ ହୋଇଥିଲା। ତିନି ଘଣ୍ଟା ବିଳମ୍ବରେ ଦ୍ଵାରପାଳ ପୂଜା ଏବଂ ଗୋପାଳ ବଲ୍ଲଭ ନୀତି ସମ୍ପନ୍ନ ହୋଇଥିଲା।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories