www.samajalive.in
Saturday, December 13, 2025
21.1 C
Bhubaneswar

‘ଧର୍ମଘଟ’ ଭଣ୍ଡୁର ପାଇଁ ଅଣ୍ଟା ଭିଡ଼ିଲା ତୃଣମୂଳ

କଲକାତା : ଆସନ୍ତା ଆଠ ଓ ନଅ ତାରିଖ ସାଧାରଣ ଧର୍ମଘଟକୁ ସଫଳ କରିବା ନିମିତ୍ତ ବାମମୋର୍ଚ୍ଚା, କଂଗ୍ରେସ ଭଳି ଦଳ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଥିବାରୁ ରାଜ୍ୟ ସରକାର ଏହି ଧର୍ମଘଟକୁ ଅଟକାଇବା ନିମିତ୍ତ ସରକାରୀ ନିର୍ଦେଶନାମା ଜାରି କରିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦେଶରେ ଆସନ୍ତା ୭ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ବିଜେପି ବିରୋଧରେ ତୃଣମୂଳ କଂଗ୍ରେସ ଆନ୍ଦୋଳନ ଅବ୍ୟାହତ ରଖିବ, କିନ୍ତୁ ବନ୍ଦ ପାଳନକୁ ତୃଣମୂଳ କଂଗ୍ରେସ ଓ ରାଜ୍ୟ ସରକାର ସମର୍ଥନ ଦେବ ନାହିଁ। ଶ୍ରମ ଦିବସ ବନ୍ଦକୁ ସରକାର ବିରୋଧ କରେ। ତେଣୁ ବନ୍ଦ ସମୟରେ ଛୁଟି ଦିଆଯିବ ନାହିଁ। ଆସନ୍ତା ସୋମବାରଠାରୁ ଗୁରୁବାର ପର୍ଯ୍ୟନ୍ତ ୪ଦିନ ଛୁଟି ନେବା ମନା। ଯେଉଁ ସମସ୍ତ କର୍ମଚାରୀ ୪ତାରିଖ ପୂର୍ବରୁ ଛୁଟି ନେଇଛନ୍ତି ସେମାନେ ଆସନ୍ତା ୭ ତାରିଖରେ କାର୍ଯ୍ୟରେ ଯୋଗ ଦେବା ବାଧ୍ୟତାମୂଳକ। ତେବେ ଯଦି କୌଣସି କର୍ମୀ ଚିକିତ୍ସାଧୀନ ଥାଆନ୍ତି ସେ କ୍ଷେତ୍ରରେ ବିଚାର କରାଯିବ। ଏହା ସହିତ ପରିବାର ସଦସ୍ୟ ମୃତ୍ୟୁ ଜନିତ କାରଣରୁ ମଧ୍ୟ ରିଆତି ମିଳିବ। କେତେକ କର୍ମୀ ପରିବହନ ସମସ୍ୟା ଦେଖାଇ ଛୁଟି ନେଉଥିବାରୁ ଏହି ଯୁକ୍ତିକୁ ମାନିନିଆଯିବ ନାହିଁ। ଯେଉଁମାନେ ଧର୍ମଘଟ ଦିନ ଅନୁପସ୍ଥିତ ରହିବେ ସେମାନଙ୍କୁ ଦପ୍ତରର ଅଧିକାରୀମାନେ ସୋ-କଜ୍‍ କରିବେ। ଆବଶ୍ୟକ ହେଲେ ବରଖାସ୍ତ କରାଯିବ। ଏଭଳି ପଦକ୍ଷେପ ଜାନୁଆରୀ ୧୮ ତାରିଖ ମଧ୍ୟରେ ନେବାକୁ ହେବ। ଏଭଳି କଠୋରତା ନେଇ ବିଭିନ୍ନ ମହଲରେ ଅଶ୍ୱସ୍ତି ପ୍ରକାଶ ପାଇଛି। ପରିସ୍ଥିତି ଏପରି ହୋଇଛି ଯେ କର୍ମଚାରୀମାନେ ବାଧ୍ୟ ହୋଇ ୬ ତାରିଖ ରାତ୍ରିରେ ଅଫିସ୍‍ରେ ହିଁ ରହିବା ପାଇଁ ବାଧ୍ୟ ହେବେ।
କର୍ମଚାରୀ ସଂଗଠନଗୁଡ଼ିକ ଏହି ନିର୍ଦେଶନାମାକୁ ସଠିକ୍‍ ଅର୍ଥରେ ଗ୍ରହଣ କରିନାହାଁନ୍ତି। କୋ-ଅର୍ଡ଼ିନେସନ କମିଟିର ସାଧାରଣ ସମ୍ପାଦକ ବିଜୟ ଶଙ୍କର ସିହ୍ନା କହିଛନ୍ତି ଯେ ଏଭଳି ସମଭାବାର୍ଥର ସର୍କୁଲାର ରାଜ୍ୟର ସରକାର ପୂର୍ବରୁ ମଧ୍ୟ ଜାରି କରିଥିଲେ। ଏହାକୁ ଉପେକ୍ଷା କରି ସରକାରୀ କର୍ମଚାରୀମାନେ ଧର୍ମଘଟରେ ଯୋଗ ଦେଇଛନ୍ତି। ଆଇନ୍‍ ଓ ଅଧିକାରର ଊର୍ଦ୍ଧ୍ବରେ କେହି ନୁହଁନ୍ତି। ତେଣୁ ରାଜ୍ୟ ସରକାରଙ୍କ ଧମକ ଏହି ଧର୍ମଘଟକୁ ଅଟକାଇ ପାରିବ ନାହିଁ।
ବାମମୋର୍ଚ୍ଚା ସହ ୧୦ଟି ଟ୍ରେଡ଼୍‍ ୟୁନିୟନ ଓ ଫେଡ଼େରେସନ ପକ୍ଷରୁ କେନ୍ଦ୍ରରେ ବିଜେପି ସରକାର ବିରୋଧରେ ୧୨ଦଫା ଦାବି ନେଇ ଦୁଇଦିନିଆ ଧର୍ମଘଟ ଡାକରା ଦିଆଯାଇଛି। ବକେୟା ମହଙ୍ଗାଭତ୍ତା ପ୍ରଦାନ, ଷଷ୍ଠ ବେତନ କମିସନ ଚାଲୁ, ଟ୍ରେଡ଼୍‍ ୟୁନିୟନର ଅଧିକାର ସୁରକ୍ଷା ଭଳି ଦାବି ପ୍ରତି ଗୁରୁତ୍ୱ ଦିଆଯାଇଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories