www.samajalive.in
Saturday, December 13, 2025
21.1 C
Bhubaneswar

ଚୀନ୍‌ ନିର୍ମାଣ କଲା ନିଜସ୍ବ ‘ମଦର ଅଫ ଅଲ୍‌ ବମ୍ସ’

ବେଜିଂ : ଆମେରିକା ଶୈଳୀରେ ଚୀନ୍‌ ଏକ ଶକ୍ତିଶାଳୀ ଅଣ-ଆଣବିକ ବୋମା ନିର୍ମାଣ କରିଛି ଏବଂ ଏହାକୁ ନିଜସ୍ବ ‘ମଦର ଅଫ ଅଲ୍‌ ବମ୍ସ’ (ସବୁ ବୋମାର ମାଆ) ଆଖ୍ୟା ​‌େଦଇଛି। ଆମେରିକାର ‘ମଦର ଅଫ ଅଲ୍‌ ବମ୍ସ’ର ଏହା ଜବାବ ବୋଲି ଦେଶର ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଆକାଶ ମାର୍ଗରୁ ନିକ୍ଷେପଯୋଗ୍ୟ ଏହି ବୋମାର ଧ୍ବଂସକାରୀ ଶକ୍ତି କୌଣସି ଆଣବିକ ବୋମା ତୁଳନାରେ କମ୍‌ ନୁହେଁ ବୋଲି ଦର୍ଶାଯାଇଛି। ଝିନୁଆ ଖବର ସରବରାହ ସଂସ୍ଥା ରିପୋର୍ଟ ଅନୁଯାୟୀ, ପ୍ରଥମ ଥର ପାଇଁ ସର୍ବସାଧାରଣରେ ଏଭଳି ବୋମାର ବିଧ୍ବଂସୀ କ୍ଷମତା ପ୍ରଦର୍ଶନ କରାଯାଇଛି। ଗତ ବର୍ଷ ଆଫଗାନିସ୍ତାନରେ ଆଇଏସ୍‌ ଆତଙ୍କବାଦୀଙ୍କୁ ଦମନ କରିବା ଉଦ୍ଦେଶ୍ୟରେ ଆମେରିକା ପକ୍ଷରୁ ‘ମଦର ଅଫ ଅଲ୍‌ ବମ୍ସ’ ବା ଏମ୍‌ଓଏବି ଭାବେ ପରିଚିତ ‘ଜିବିୟୁ-୪୩/ବି’ ବୋମା ବର୍ଷଣ କରାଯାଇଥିଲା। ଚୀନ୍‌ ନିଜ ବୋମାର ସମାନ ନାମକରଣ କରିଥିଲେ ମଧ୍ୟ ଏହା ଆମେରିକାର ଜିବିୟୁ-୪୩/ବି ତୁଳନାରେ ବେଶ୍‌ ହାଲ୍‌କା ଓ ଛୋଟ; କିନ୍ତୁ ଅଧିକ ଅସ୍ତ୍ରଶସ୍ତ୍ର ଧାରଣ କ୍ଷମତାର ଅଧିକାରୀ ବୋଲି କୁହାଯାଉଛି। ଏହି ବୋମାର ଆକାର ୫ରୁ ୬ ମିଟର ଦୀର୍ଘ ହେବ ବୋଲି ଗ୍ଲୋବାଲ ଟାଇମ୍ସ ଉଲ୍ଲେଖ କରିଛି। ଏହା ଲକ୍ଷ୍ୟସ୍ଥଳକୁ ଅଚିରେ ନିଶ୍ଚିହ୍ନ କରିଦେବ ଏବଂ ଲକ୍ଷ୍ୟପଥରେ ଯାହା କିଛି ବାଧାବିଘ୍ନ ଆସିବ ସବୁକୁ ପ୍ରତିହତ କରିବା ସହ ହେଲିକପ୍ଟର ଓ ସୈନ୍ୟବାହିନୀର ଅବତରଣ ପାଇଁ କ୍ଷେତ୍ର ପ୍ରସ୍ତୁତ କରିପାରିବ। ଏହାର ପରିବହନ ବେଶ୍‌ ସହଜସାଧ୍ୟ ଓ କ୍ଷିପ୍ର ବୋଲି ଗ୍ଲୋବାଲ ଟାଇମ୍ସ ଉଲ୍ଲେଖ କରିଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories