www.samajalive.in
Saturday, December 6, 2025
23.1 C
Bhubaneswar

ଅବକାରୀ ବିଭାଗର ଅଚାନକ ଚଢ଼ାଉ, ଘରୁ ମିଳିଲା ୨୧ କେଜି ଗଞ୍ଜେଇ

ଦେଓଗାଁ: ତୁଷୁରା ଥାନା ଅନ୍ତର୍ଗତ ବିରାମୁଣ୍ଡା କଲୋନୀ ପଡାରେ ବାହାର ରାଜ୍ୟ ଲୋକେ ରହି ଗଞ୍ଜେଇ କାରବାର ଚଲାଉଥିବା  ନେଇ ଅବକାରୀ ବିଭାଗ ପାଖରେ ବିଶ୍ବସ୍ତ ସୂତ୍ରରୁ ସୂଚନା ପହଞ୍ଚିଥିଲା। ସୂଚନା ପାଇବା ପରେ ଅବକାରୀ ବିଭାଗ ଅଧିକ୍ଷକଙ୍କ ନିର୍ଦେଶ କ୍ରମେ ତୁଷୁରା ଅବକାରୀ ବିଭାଗ ସହ ଜିଲା, ସଦର, ଲୋଇସିଂହା, ପାଟଣାଗଡ଼, ଖପ୍ରାଖୋଲ, ଏବଂ ମୋବାଇ ୟୁନିଟ ଆଦି ୬ ଟି ସ୍ବତନ୍ତ୍ର ଟିମ ଗଠନ ହୋଇଥିଲା। ଏହି ଟିମ ବିରମୁଣ୍ଡା କଲୋନୀ ପଡାରେ ଅଚାନକ ଚଢାଉ କରିଥିଲା।

ଅବକାରୀ ବିଭାଗ ପକ୍ଷରୁ ପ୍ରତ୍ୟକ ଘର ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ଏକ ଘରେ ଓଡ଼ିଶା ବାହାର ରାଜ୍ୟର ଲୋକେ ଓ ମହିଲା ରହୁଥିବା ଦେଖିବାକୁ ପାଇଥିଲେ। ସେହି ଘରେ ଥିବା ସମସ୍ତ ସଦସ୍ୟଙ୍କୁ ପଚରାଉଚରା କରିଥିଲେ। ଏହି ଘରେ ବହୁ ପରିମାଣର ଗଞ୍ଜେଇ ଗଚ୍ଛିତ ରଖିଥିବା ନେଇ ସେମାନେ ଅବକାରୀ ବିଭାଗଙ୍କୁ କହିଥିଲେ।

- Advertisement -

ଏହାପରେ ଅବକାରୀ ବିଭାଗ ଅଧିକାରୀମାନେ ସେହି ଘରେ ଗଚ୍ଛିତ ଥିବା ୨୧  କେଜି ଗଞ୍ଜେଇକୁ ଜବତ କରିଥିଲେ।  ଏନେଇ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି ଏବଂ ଏଥିରେ ସମ୍ପୃକ୍ତ ଥିବା ୯ ଜଣଙ୍କୁ ଗିରଫ କରିଛି ଏବଂ ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ତୁଷୁରା ଅବକାରୀ ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories