www.samajalive.in
Wednesday, December 10, 2025
14.1 C
Bhubaneswar

ହଟିଛି ଆଇନଗତ ପ୍ରତିବନ୍ଧକ, ଅସ୍ତରଙ୍ଗ ବନ୍ଦର ପ୍ରତିଷ୍ଠା ପାଇଁ ଫିଟୁଛି ବାଟ

ଅସ୍ତରଙ୍ଗ : ପ୍ରସ୍ତାବିତ ଅସ୍ତରଙ୍ଗ ବନ୍ଦର ଲାଗି ଆବଶ୍ୟକ ଜମି ଅଧିଗ୍ରହଣ ପାଇଁ ଆଇନଗତ ପ୍ରତିବନ୍ଧକ ଯୋଗୁଁ ଏହି ବହୁ କୋଟି ଟଙ୍କାର ପ୍ରକଳ୍ପ ଆଗେଇ ପାରୁନଥିଲା। ଏବେ ପ୍ରତିବନ୍ଧକ ହଟିବା ପରେ ଅସ୍ତରଙ୍ଗ ବନ୍ଦର ନିର୍ମାଣ ପାଇଁ ବାଟ ଫିଟିଛି। ୨୦୧୩  ଡିସେମ୍ବରରେ ନୂତନ ଜମି ଅଧିଗ୍ରହଣ ଆଇନ ପ୍ରଣୟନ କରାଯାଇ ୨୦୧୪ ଜାନୁଆରୀରେ ଏହା କାର୍ଯ୍ୟକାରୀ ହେଲା। ୨୦୨୧ରେ ମାମଲା ଫଇସଲା ହେବା ପରେ ବନ୍ଦର ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଜାରି ରହିଥିବା ବିଧାନସଭାରେ ପୂର୍ବ ସରକାରର ତତ୍କାଳୀନ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ସୂଚନା ଦେଇଥିଲେ। ବନ୍ଦର ନିର୍ମାଣ ପାଇଁ କମ୍ପାନୀ ପକ୍ଷରୁ ଅସ୍ତରଙ୍ଗ ଗୁଣ୍ଡଳବା ଗ୍ରାମସନ୍ନିକଟ ସମୁଦ୍ରରେ ଗତ ଫେବୃଆରୀ ୨୭ରେ ଅତ୍ୟାଧୁନିକ ଜ୍ଞାନ କୌଶଳରେ ମୃତ୍ତିକା ପରୀକ୍ଷଣ କାର୍ଯ୍ୟ କରାଯାଇଥିଲା। ଗଭୀର ସମୁଦ୍ରରୁ ଯାନ୍ତ୍ରିକ ଉପାୟରେ ଖନନ କରାଯାଇ ଭୂତଳ ମୃତ୍ତିକା ସମ୍ପର୍କରେ ପରୀକ୍ଷାନିରୀକ୍ଷା ହୋଇଥିଲା। ଏହି ବନ୍ଦର ପ୍ରତିଷ୍ଠା ନିମନ୍ତେ ୨୦୦୮ ଡିସେମ୍ବର ୨୨ରେ ହାଇଦରାବାଦର ନବଯୁଗ ଇଞ୍ଜିନିୟରିଂ କମ୍ପାନୀ ଲି. ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। କମ୍ପାନୀ ପକ୍ଷରୁ ୬ ହଜାର ୫୦୦ କୋଟି ଟଙ୍କା ବିନିଯୋଗରେ ତିନୋଟି ପର୍ଯ୍ୟାୟରେ ବନ୍ଦର ନିର୍ମାଣ କାର୍ଯ୍ୟ ହେବାକୁ ନିଷ୍ପତ୍ତି ହୋଇଥିଲା। ପ୍ରସ୍ତାବିତ ବନ୍ଦର ନିମନ୍ତେ କମ୍ପାନୀ ରାଜ୍ୟ ସରକାରଙ୍କଠାରୁ ୫୦୬୪.୯୬୫ ଏକର ଜମି ଅଧିଗ୍ରହଣ କରିବ। ଏଥି ମଧ୍ୟରେ ୩୩୩୨.୨୫୫ ଏକର ସ୍ଥାନୀୟ ଲୋକଙ୍କ ସ୍ଥିତିବାନ ଜମି ଓ ୧୭୩୨.୭୧୦ ଏକର ସରକାରୀ ଜମି ଅନ୍ତର୍ଭୁକ୍ତ।

ରାଜ୍ୟରେ ପ୍ରସ୍ତାବିତ ୧୯ଟି ନୂତନ ବନ୍ଦର ମଧ୍ୟରୁ ପାରାଦ୍ବୀପ, ଧାମରା ଓ ଗୋପାଳପୁର ପରେ ଅସ୍ତରଙ୍ଗ ହେବ ଚତୁର୍ଥ ବନ୍ଦର। ପ୍ରାଥମିକସ୍ତରରେ ଏହାର କ୍ଷମତା ବାର୍ଷିକ ୨୫ ନିୟୁତ ଟନ୍ ରହିବ। ତୃତୀୟ ପର୍ଯ୍ୟାୟ କାର୍ଯ୍ୟ ଶେଷ ବେଳକୁ ବନ୍ଦରର କ୍ଷମତା ୭୦ ନିୟୁତ ଟନ୍ ରହିବାକୁ କମ୍ପାନୀ ପକ୍ଷରୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ପ୍ରଥମବର୍ଷରେ କମ୍ପାନୀ ଏହାର ଲାଭାଂଶର ୫ ପ୍ରତିଶତ ରାଜ୍ୟକୁ ଦେବ ଓ ୫ରୁ ୧୦ ବର୍ଷ ମଧ୍ୟରେ ୮ଧ ଏବଂ ୧୧ ରୁ ୧୫ ବର୍ଷ ମଧ୍ୟରେ ଲାଭାଂଶର ୧୦ ପ୍ରତିଶତ ସରକାର ପାଇବେ। ୧୬ ବର୍ଷରୁ ଲିଜ୍ ଅବଧି ପର୍ଯ୍ୟନ୍ତ କମ୍ପାନୀ ୧୨% ସରକାରଙ୍କୁ ପ୍ରଦାନ କରିବ। ବନ୍ଦରରେ ୧୦ ହଜାର କର୍ମନିଯୁକ୍ତି ମିଳିବା ସାଙ୍ଗକୁ ଅସ୍ତରଙ୍ଗକୁ ୫୦ କିଲୋମିଟର ରେଳପଥ ଖୋର୍ଦ୍ଧା-ସାକ୍ଷୀଗୋପାଳ ଦେଇ ନିର୍ମାଣ ହେବ। ଏଥିସହିତ ଫୁଲନଖରାଠାରୁ ଅସ୍ତରଙ୍ଗକୁ ସ୍ବତନ୍ତ୍ର ରାସ୍ତା ନିର୍ମାଣ ଲକ୍ଷ୍ୟ ରହିଛି। ଅସ୍ତରଙ୍ଗ ଦେବୀ ମୁହାଣ ଦକ୍ଷିଣକୁ ବନ୍ଦର ନିର୍ମାଣ ନିମନ୍ତେ ସ୍ଥାନ ଚିହ୍ନଟ କରାଯାଇଛି। ଅସ୍ତରଙ୍ଗ ବ୍ଲକର ଛୁରିଆନା, ପାଟଳଦା, ନୂଆଗଡ଼, ନଗର ଓ ଅସ୍ତରଙ୍ଗ ଆଦି ପାଞ୍ଚଟି ପଞ୍ଚାୟତର ୧୫ଟି ରାଜସ୍ବ ଗ୍ରାମକୁ ନେଇ କର୍ତ୍ତୃପକ୍ଷ ଜମି ଚିହ୍ନଟ କରିଛନ୍ତି। ଇତିମଧ୍ୟରେ ଗତ ୨୭ରେ ଦିଲ୍ଲୀଠାରେ ଅନୁଷ୍ଠିତ ନୀତି ଆୟୋଗ ବୈଠକରେ ୨୦୩୬ ମସିହା ସୁଦ୍ଧା ବିକଶିତ ଓଡ଼ିଶା ଗଠନ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ରୀୟ ସହାୟତା ଲୋଡ଼ି ବନ୍ଦରଭିତ୍ତିକ ଶିଳ୍ପ ସ୍ଥାପନ ପାଇଁ ଅସ୍ତରଙ୍ଗ ସହିତ ଅନ୍ୟାନ୍ୟ ବନ୍ଦରର ବିକାଶ ପାଇଁ ସେ ସହଯୋଗ ଚାହିଁଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories