www.samajalive.in
Saturday, December 6, 2025
16.1 C
Bhubaneswar

ଓଡିଶାରେ ମାଆ-ଭଉଣୀ ସୁରକ୍ଷିତ ନୁହନ୍ତି : ମୋଦୀ

ବାରିପଦା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରିପଦା ଗସ୍ତରେ ଆସି ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଉଦଘାଟନ କରିବା ସହିତ ଛଉ ପଡିଆରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇଛନ୍ତି । ଜୟ ଜଗନ୍ନାଥରୁ ସେ ତାଙ୍କ ଭାଷଣ ଆରମ୍ଭ କରି ବାରିପଦାର ମହାନ ସାଂସ୍କୃତିକ ପରମ୍ପରା ଏବଂ ରାଜା ମହାରାଜାଙ୍କ ଅବଦାନ ବିଷୟରେ ଆଲୋକପାତ କରିଥିଲେ ।

ବାରିପଦାର ମହାନ ପରମ୍ପରା ଅନୁଯାୟୀ ଏଠାରେ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣନ୍ତି । ତେବେ ଓଡିଶାରେ ଏଭଳି ପରାମ୍ପରା ରହିଥିବା ବେଳେ ଏଠାରେ ନାରୀ ସୁରକ୍ଷିତ ନୁହେଁ । ଓଡିଶାରେ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ଏଠାରେ ମାଆ-ଭଉଣୀ ସୁରକ୍ଷିତ ନୁହନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପୁରୀର ପିପିଲି ଘଟଣା ପାଇଁ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରି ପ୍ରଧାନମନ୍ତ୍ରୀ ମୋଦୀ କରିଛନ୍ତି ଯେ, ପୁରୀରେ ଘଟିଥିବା ନାବାଳିକା ହତ୍ୟା ମାମଲାରେ ପୀଡିତାଙ୍କ ପରିବାରକୁ ନ୍ୟାୟ ଦିଆଯାଇନାହିଁ । ତଦନ୍ତରେ ଅବହେଳା ଯୋଗୁଁ ପୀଡିତାଙ୍କ ପରିବାରଙ୍କୁ ନ୍ୟାୟ ମିଳି ପାରିନାହିଁ । ପୁନଶ୍ଚ  ଏହାର ତଦନ୍ତ କରାଯାଇ ନ୍ୟାୟ ବ୍ୟବସ୍ଥା କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଏଠାକାର ସରକାର ମହିଳାଙ୍କ ଯୋଜନା ପ୍ରତି ଗମ୍ଭୀର ନୁହେଁ । ନାରୀ ଶିକ୍ଷା, ସ୍ବାସ୍ଥ୍ୟ, ରୋଜଗାର କ୍ଷେତ୍ରରେ ଓଡିଶା ବହୁ ପଛରେ ରହିଛି । ରାଜ୍ୟ ସରକାରର ଏହି ଦିଗ ପ୍ରତି ଧ୍ୟାନ ଦେବା ଦରକାର ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories