www.samajalive.in
Saturday, December 6, 2025
26.1 C
Bhubaneswar

ସିଡନୀ ​‌ଟେଷ୍ଟ : ଭାରତ ୩୮୬ରନ୍ ଆଗରେ, ଅଷ୍ଟ୍ରେଲିଆ ୨୩୬/୬

ସିଡନୀ: ଅଷ୍ଟ୍ରେଲିଆର ସିଡନୀ କ୍ରିକେଟ୍‌ ଗ୍ରାଉଣ୍ଡରେ ଗୁରୁବାର ଠାରୁ ଚାଲିଥିବା ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ଭାରତର ବିଶାଳ ୬୨୨/୭ ରନ୍‌ର ପିଛା କରୁଥିବା ଅଷ୍ଟ୍ରେଲିଆ ତୃତୀୟ ଦିନ ଶନିବାର ୨୩୬/୬ ରନ କରିଛି। ତୃତୀୟ ଦିନର ଖେଳ ଆହୁରି ୧୮ ଓଭର ବାକି ଥିବା ବେଳେ ଖରାପ ପାଗ ଯୋଗୁ ଅଧାରୁ ଖେଳ ବନ୍ଦ ରଖାଯାଇ ଷ୍ଟମ୍ପ ଅପସାରଣ କରି ନିଆଯାଇଛି । ଷ୍ଟମ୍ପ ଅପସାରଣ ବେଳକୁ ଅଷ୍ଟ୍ରେଲିଆ ଏବେ ବି ଭାରତ ଠାରୁ ୩୮୬ ରନ୍‌ ପଛରେ ରହିଛି। ପିଟର ହ୍ୟାଣ୍ଡସ୍କମ୍ବ ୨୮ ଓ ପ୍ୟାଟ୍‌ କମିନ୍ସ ୨୫ ରନ୍‌ କରି ଅପରାଜିତ ରହିଛନ୍ତି। ଭାରତୀୟ ବୋଲର କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜାଙ୍କ ଘାତକ ବୋଲିଂର ସାମ୍‌ନା କରିବା ଅଷ୍ଟ୍ରଲିଆ ପାଇଁ କଷ୍ଟକର ହୋଇପଡ଼ିଛି। ଭାରତୀୟ ଦଳ ପକ୍ଷରୁ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳୁଥିବା କୁଲଦୀପ ଯାଦବ ସର୍ବାଧିକ ୩ଟି ୱିକେଟ୍‌ ନେଇଥିବା ବେଳେ ରବୀନ୍ଦ୍ର ଜାଡେଜା ୨ଟି ଓ ମହମ୍ମଦ ଶାମି ଗୋଟିଏ ୱିକେଟ୍‌ ନେଇଛନ୍ତି।

 

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories