www.samajalive.in
Saturday, December 13, 2025
21.1 C
Bhubaneswar

ତରାକାଜ ସର୍ଭିସ ରୋଡ୍‌‌ ମରାମତି କେବେ?

ପିପିଲି:ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ବାଇପାସ ରାସ୍ତାର ତରାକାଜ ଉଡନ୍ତା ପୋଲ (ଓଭର ବ୍ରିଜ୍‌‌)ର ଉଭୟ ପାଶ୍ୱର୍ରେ ଯାଇଥିବା ସର୍ଭିସ ରୋଡ୍‌‌ର ଅବସ୍ଥା ଏବେ ଖାଲଖମାରେ ପରିଣତ ହୋଇ ଶୋଚନୀୟ ହୋଇପଡିଥିବା ବେଳେ ଏହାର ମରାମତି କରାନଯିବାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଫଳରେ ଏଥିଯୋଗୁଁ ଦୈନିକ ଛୋଟମୋଟ ଦୁର୍ଘଟଣାମାନ ଘଟୁଥିବା ବେଳେ ଯାତାୟତରେ ଲୋକେ ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି।

ଜାତୀୟ ରାଜପଥର ପିପିଲି ବାଇପାସ ରାସ୍ତାର ତରାକାଜ ଠାରେ ପିପିଲିରୁ ନିମାପଡାକୁ ଯିବାପାଇଁ ଜାତୀୟ ରାଜପଥ ଉପରେ ପିପିଲି ପୂର୍ତ୍ତ ବିଭାଗ ପକ୍ଷରୁ ଏକ ଓଭର ବ୍ରିଜ୍‌‌ ନିର୍ମାଣ କରାଯାଇଅଛି। ତେବେ ଭୁବନେଶ୍ୱରରୁ ନିମାପଡା, କାକଟପୁର, ଅସ୍ତରଙ୍ଗ, କୋଣାର୍କ ଓ ଗୋପ ଆଦି ଅଞ୍ଚଳକୁ ଯିବାପାଇଁ ଏବଂ ଉକ୍ତ ଅଞ୍ଚଳରୁ ଆସିବା ପାଇଁ ଏହି ଓଭର ବ୍ରିଜ୍‌‌ର ଉଭୟ ପାଶ୍ୱର୍ରେ ଦୁଇଟି ସର୍ଭିସ ରୋଡ ରହିଛି। ତେବେ ଉକ୍ତ ପୋଲର ଉତ୍ତର ଦିଗରେ ଥିବା ସର୍ଭିସ ରୋଡ୍‌‌ର ଅବସ୍ଥା ଅତି ଶୋଚନୀୟ ହୋଇପଡିଥିବା ପରିଲକ୍ଷିତ ହୋଇଛି।

- Advertisement -

ଉକ୍ତ ରାସ୍ତାରେ ବହୁ ସଂଖ୍ୟାରେ ଖାଲଖମା ସୃଷ୍ଟି ହୋଇଛି। ପୋଲର ଦକ୍ଷିଣ ପାର୍ଶରେ ଥିବା ସର୍ଭିସ ରୋଡ୍‌‌ଟି ମଧ୍ୟ ଖାଲଖମାରେ ପରିଣତ ହୋଇଛି। ଗତ ରଥଯାତ୍ରା ସମୟରେ ଉକ୍ତ ଖାଲରେ ପଥରଗୁଣ୍ଡ ପକାଯାଇ ଅସ୍ଥାୟୀ ଭାବେ ମରାମତି କରାଯାଇଥିଲା। ମାତ୍ର ଗୋଟିଏ ଦିନ ପରେ ସେସବୁ ଉଠିଯିବା ସହ ରାସ୍ତାଟି ପୂର୍ବ ଅବସ୍ଥାକୁ ଫେରିଆସିଥିଲା। ଏଥିସହ ଉକ୍ତ ଓଭର ବ୍ରିଜ୍‌‌ର ନିମାପଡା ପାଶ୍ୱର୍ର ସଂଯୋଗ ରାସ୍ତାଟି ମଧ୍ୟ ଖାଲଖମାରେ ପରିଣତ ହୋଇଛି। ଦୈନିକ ଶହ ଶହ ସଂଖ୍ୟାରେ ଗାଡିମୋଟର ଏହି ରାସ୍ତାରେ ଚଳାଚଳ କରୁଥିବା ବେଳେ ଗାଡିଚାଳକ ମାନେ ଏହି ଖାଲ ଯୋଗୁଁ ନାନା ସମସ୍ୟାର ସମ୍ମୁଖିନ ହେଉଥିବା ସୂଚନା ମିଳିଛି।

ଦୀର୍ଘ ଏକ ବର୍ଷ ମଧ୍ୟରେ ଏହି ରାସ୍ତାର କୌଣସି ସ୍ଥାୟୀ ମରାମତି କରାଯାଇନଥିବା ଜଣାଯାଇଛି। ଏହି ରାସ୍ତାରେ ଯାଉଥିବା ସ୍କୁଲ, କଲେଜର ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ରୋଗୀ ଓ ସାଧାରଣ ଲୋକେ ଏଥିଯୋଗୁଁ ଯାତାୟତରେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସରକାରୀ ଓ ଘରୋଇ ଯାତ୍ରୀବାହୀ ବସ୍‌‌ରେ ଦୈନିକ ଶହ ଶହ ଲୋକେ ଏହି ରାସ୍ତାରେ ଯାତାୟତ କରୁଛନ୍ତି। ଏହି ରାସ୍ତା ଦେଇ ରୋଗୀବୁହା ଯାନ ଯିବା ବେଳେ ଖାଲଖମା ଯୋଗୁଁ ବିଶେଷ ସମସ୍ୟାର ସମ୍ମୁଖିନ ହେଉଥିବା ସୂଚନା ମିଳିଛି। ଦୁଇଚକିଆ ଠାରୁ ଆରମ୍ଭ କରି ଚାରିଚକିଆ ଯାନବାହନ ଗୁଡିକ ଏହି ଖାଲରେ ପଡି କ୍ଷତିଗ୍ରସ୍ତ ହେଉଥିବା ବେଳେ ଲୋକେ ଆହତ ମଧ୍ୟ ହେଉଛନ୍ତି।

ପୂର୍ତ୍ତ ବିଭାଗ ଅଧିନରେ ଥିବା ଏହି ସର୍ଭିସ ରୋଡ୍‌‌ର ସ୍ଥାୟୀ ମରାମତି ଦିଗରେ ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି। ତେବେ ଖୁବ୍‌‌ ଶିଘ୍ର ଏହି ରାସ୍ତାର ଆବଶ୍ୟକ ସ୍ଥାୟୀ ମରାମତି କାର୍ଯ୍ୟ କରାଯିବ ବୋଲି ପିପିଲି ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ସାହୁ ସୂଚନା ଦେଇଛନ୍ତି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories