www.samajalive.in
Saturday, December 6, 2025
26.1 C
Bhubaneswar

ବହିରା-ବସ୍ତମପୁର ରାସ୍ତା ଶୋଚନୀୟ; ତୁରନ୍ତ ମରାମତି ଦାବି

ବୌଦ୍ଧ; ବୌଦ୍ଧ ବ୍ଲକ ଅନ୍ତର୍ଗତ ବହିରା ଗ୍ରାମରୁ ଜାତୀୟ ରାଜପଥ ଠାରୁ ବସ୍ତମପୁର ଗ୍ରାମକୁ ଯାଇଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇଛି । ଫଳରେ ଲୋକମାନେ ଚଳ ପ୍ରଚଳ କରିବାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜାତୀୟ ରାଜପଥ ଠାରୁ ବସ୍ତମପୁର ଗ୍ରାମକୁ ପ୍ରାୟ ତିନି କିଲୋମିଟର ଦୂରତା ହୋଇଥିବା ବେଳେ ରାସ୍ତାର ବିଭିନ୍ନ ସ୍ଥାନରେ ଖାଲ ଖମା ଭରି ରହିଛି । ଯାହା ଫଳରେ ଲୋକମାନେ ସାଇକଲ କିମ୍ବା ବାଇକରେ ଗଲା ସମୟରେ ଦୁର୍ଘଟଣାର ଶିକାର ମଧ୍ୟ ହେଉଥିବାର ଅଭିଯୋଗ ହେଉଛି । ଏହି ରାସ୍ତା ଦେଇ ପ୍ରତିଦିନ ଗ୍ରାମର ପିଲାମାନେ ସ୍କୁଲ, କଲେଜ ଯାଉଥିବା ବେଳେ ଅନେକ ଗ୍ରାମବାସୀ ସେମାନଙ୍କର ଦୈନ୍ୟଦିନ କାର‌୍ୟ୍ୟ ପାଇଁ ନିର୍ଭର କରିଥାନ୍ତି । ରକ୍ଷଣାବେକ୍ଷଣର ଅଭାବ ଯୋଗୁଁ ରାସ୍ତାରୁ ପିଚୁ ଉଠି ଦିନକୁ ଦିନ ନଷ୍ଟ ହେବାକୁ ବସିଲାଣି । ତେଣୁ ତୁରନ୍ତ ଏହି ରାସ୍ତାକୁ ମରାମତି କରିବାକୁ ଦାବି ହେଉଛି ।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories