ବୌଦ୍ଧକୁ ନାହିଁ ବନ୍ୟା ଭୟ, ମହାନଦୀ ବିପଦ ସଂଙ୍କେତ ତଳେ ପ୍ରବାହିତ

ବୌଦ୍ଧ;    ବୌଦ୍ଧ ଜିଲାରେ ମହାନଦୀ ଦୁଇକୂଳ ଖାଇ ପ୍ରବାହିତ ହେଉଥିବା ବେଳେ ବର୍ତ୍ତମାନ ବିପଦ ସଂଙ୍କେତ ଠାରୁ ପ୍ରାୟ ୧ ମିଟର ତଳେ ପ୍ରବାହିତ ହେଉଥିବା ଜଣାପଡିଛି । ରବିବାର ହୀରାକୁଦ ଡ୍ୟାମରୁ ୨୦ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେବାଫଳରେ ବୌଦ୍ଧ ଜିଲ୍ଲାରେ ଉକ୍ତ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ତଳିଆ ଅଂଚଳ ଗୁଡିକରେ ବନ୍ୟା ପରିସ୍ଥିତି ସୃଷ୍ଟି ନେଇ ପ୍ରଶାସନ ପକ୍ଷରୁ ସତର୍କ ରହିବାକୁ ଆଗୁଆ ସୂଚନା ଦିଆଯାଇଥିଲା । ତେବେ ରବିବାରଠାରୁ ବୌଦ୍ଧରେ ବର୍ଷାର ପ୍ରକୋପ କମିଥିବାରୁ ଜିଲାରେ ପ୍ରାୟ ବନ୍ୟାର ଆଶଙ୍କା ନଥିବା ଜଣାଯାଇଛି । ମହାନଦୀ ଜଳ କିଛି ଖାଲୁଆ ଅଞ୍ଚଳରେ ଭର୍ତ୍ତି ହୋଇଥିବାରୁ କିଛି ସ୍ଥାନରେ ଯାତାୟତରେ ବାଧା ଉପଜୁଜିଥିବା ସୂଚନା ମିଳିଛି ।
ସୂଚନା ମୁତାବକ ବର୍ତମାନ ବୌଦ୍ଧ ଜିଲର ରେ ମହାନଦୀ ୮୫.୬୯ ମିଟର ପ୍ରବାହିତ ହେଉଥିବା କଣ୍ଟ୍ରୋଲ ରୁମ ପକ୍ଷରୁ ରେକର୍ଡ କରାଯାଇଛି । ଯାହାକି ବିପଦ ସଂଙ୍କେତର ତଳେ ବୋଲି ଜଣାପଡିଛି । ବୌଦ୍ଧ ଜିଲ୍ଲାରେ ୮୬.୮୦ମିଟର ସତର୍କ ସଂଙ୍କେତ ରହିଥିବା ବେଳେ ୮୭.୮୦ ବିପଦ ସଂକେତ ରହିଛି । ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି ।ଜ୍ଞଅଗ୍ନିଶମ ଓ ଓଡ୍ରାଫ ଟିମ ପ୍ରସ୍ତୁତ ରହିଛନ୍ତି । ବନ୍ୟା ପରିସ୍ଥିତି ଦେଖାଗଲେ କେଉଁ କେଉଁ ସ୍ଥାନରେ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇ କେଉଁ ଠାର ରଖାଯିବ ତାହା ମଧ୍ୟ ଆଗୁଆ ପ୍ରସ୍ତୁତ କରାଯାଇଛି । ଡାକବାଜି ଯନ୍ତ୍ର ସାହାର‌୍ୟ୍ୟରେ ନଦୀକୂଳିଆ ଲୋକଙ୍କୁ ବାରମ୍ବାର ସତର୍କ କରାଯାଇଥିବାର ଦେଖିବାକୁ ମିଳୁଛି । ତେବେ କିଛି ଘଣ୍ଟା ସ୍ଥିର ରହିବାପରେ ଜଳସ୍ତର ଧିରେଧିରେ କମୁଥିବା ଜଣାପଡିଛି ।

Comments are closed.