www.samajalive.in
Saturday, December 6, 2025
19.1 C
Bhubaneswar

ବୌଦ୍ଧ ଜିଲ୍ଲା ଯୁବ ରେଡକ୍ରସ୍ କାର୍ଯ୍ୟକାରିଣୀ ବୈଠକ

ବୌଦ୍ଧ: ମହାବିଦ୍ୟାଳୟ ସ୍ତରରେ ଥିବା ଯୁବ ରେଡକ୍ରସ ର ଜିଲ୍ଲା କାର୍ଯ୍ୟ କାରିଣୀ ବୈଠକ ଆଜି ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଜିଲ୍ଲା ଯୁବ ରେଡକ୍ରସର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଡ଼ାକ୍ତର ତଥା ଜିଲ୍ଲା ବ୍ଲଡ଼ ବ୍ୟାଙ୍କ ଅଫିସର ହେମ୍ବ୍ରମ ଯୋଗଦାନ କରି ଜିଲ୍ଲାର ସମସ୍ତ ମହାବିଦ୍ୟାଳୟରେ ଏଚଆଇଭି/ଏଡ଼ସ, ଟିବି, ମ୍ୟାଲେରିଆ, ଡେଙ୍ଗୁ, ସିକିଲ୍ ସେଲ ଇତ୍ୟାଦି ରୋଗ ପାଇଁ ସ୍ୱାସ୍ଥ୍ୟ ବିଭାଗ ସହଯୋଗରେ ସଚେତନତା ସୃଷ୍ଟି କରିବା ପାଇଁ ଅନୁରୋଧ କରିଥିଲେ। ସମସ୍ତ ଡିଗ୍ରୀ କଲେଜରେ ରକ୍ତଦାନ ଶିବିର ଆୟୋଜନ କରି ରକ୍ତ ଅଭାବ ଦୂର କରିବାକୁ ଆହ୍ବାନ କରିଥିଲେ। ସଭା ଆରମ୍ଭରେ ଯୁବ ରେଡକ୍ରସ ସମ୍ପାଦକ ଅଧ୍ୟାପକ ଡ଼. ପ୍ରବୀର କୁମାର ଦାସ ସମସ୍ତଙ୍କୁ ସ୍ବାଗତ କରି ଗତବର୍ଷର ବୈଠକର ବିବରଣୀ ପାଠ ସହ ଗତ ବର୍ଷର ଯୁବ ରେଡକ୍ରସ ଜିଲ୍ଲାସ୍ତରରେ ମୁଖ୍ୟ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ସଂଯୋଜକ ଅଧ୍ୟାପକ ସୁରେଶ୍ବର ଯୋଶୀ ରାଜ୍ୟ ଶାଖା ଦ୍ବାରା ନିର୍ଦ୍ଦେଶ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପସ୍ଥାପନ କରିବା ସହ ସବୁ ମହାବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟମାନେ ସେମାନଙ୍କ ରାଜ୍ୟ ସହଯୋଗ ରାଶି ପ୍ରଦାନ କରିବାକୁ ନିବେଦନ କରିଥିଲେ। ଜିଲ୍ଲା ତମାଖୁ ନିୟନ୍ତ୍ରଣ କେନ୍ଦ୍ରର ପରାମର୍ଶଦାତା ଆଲୋକ ମିଶ୍ର ସମସ୍ତ ମହାବିଦ୍ୟାଳୟରେ ତମାଖୁ ମୁକ୍ତ କାର୍ଯ୍ୟକ୍ରମ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ବନ ସରଂକ୍ଷକ ମୀନାକ୍ଷୀ କୁମୁରା ସମସ୍ତଙ୍କୁ ବୃକ୍ଷ ରୋପଣ ପାଇଁ ଅନୁରୋଧ କରିବା ସହ ସେଥିପାଇଁ ମାଗଣାରେ ଚକ୍ଷରକ୍ଷ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ମଡେଲ ଡିଗ୍ରୀ କଲେଜ, ହରଭଙ୍ଗା ମହାବିଦ୍ୟାଳୟ, ଭୈରବୀ ଡିଗ୍ରୀ କଲେଜ, ଭୈରବୀ କନିଷ୍ଠ ମହବିଦ୍ୟାଳୟ, ମହିଳା କନିଷ୍ଠ ମହାବିଦ୍ୟାଳୟ, ଘଣ୍ଟାପଡ଼କ୍ଷ ମହାବିଦ୍ୟାଳୟର ଅଧ୍ୟକ୍ଷ ମାନେ ନିଜ ନିଜର ବକ୍ତବ୍ୟ ସହ ଯୁବରେଡକ୍ରସର କାର୍ଯ୍ୟକ୍ରମ କୁ ବିସ୍ତାର କରିବା ପାଇଁ ଅନେକ ପ୍ରସ୍ତାବ ଦେଇଥିଲେ। ବହୁ ଯୁବ ରେଡକ୍ରସ କାଉନସେଲର ମଧ୍ୟ ନିଜ ମତ ପ୍ରଦାନ କରିଥିଲେ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories