www.samajalive.in
Sunday, December 7, 2025
26.1 C
Bhubaneswar

ଜାତୀୟ ସିନିୟର୍‍ ଟେବୁଲ୍‍ ଟେନିସ୍‍ ଚାମ୍ପିୟନ୍‍ସିପ୍‍ ଆରମ୍ଭ

କଟକ : ସ୍ଥାନୀୟ ଜବାହରଲାଲ ନେହେରୁ ଇଣ୍ଡୋର୍‍ ଷ୍ଟାଡିୟମରେ  ଶୁକ୍ରବାରଠାରୁ ଆରମ୍ଭ ହୋଇଛି ୮୦ତମ ଜାତୀୟ ସିନିୟର୍‍ ଟେବୁଲ୍‍ ଟେନିସ୍‍ ଚାମ୍ପିୟନ୍‍ସିପ୍‍ । କ୍ରୀଡ଼ା ଓ ଯୁବସେବା ବ୍ୟାପାର ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା ଏହାକୁ ଉଦ୍‍ଘାଟନ କରିଛନ୍ତି।  ଓଡ଼ିଶା ରାଜ୍ୟ ଟେବୁଲ ଟେନିସ ଆସୋସିଏସନ୍‍ର ସଭାପତି ତଥା ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଲକ୍ଷ୍ମୀ ନାରାୟଣ ଗୁପ୍ତା ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। କ୍ରୀଡ଼ା ଓ ଯୁବସେବା ସଚିବ ବିଶାଳ କୁମାର ଦେବ, ରାଜ୍ୟ ଆସୋସିଏସନ୍‍ର ସଭାପତି ତଥା ରାଜ୍ୟର ପୂର୍ବତନ ମୁଖ୍ୟ ସଚିବ ଦେବୀପ୍ରସାଦ ବାଗ୍‍ଚି, ରାଜ୍ୟ ଆସୋସିଏସନ୍‍ର ବରିଷ୍ଠ ଉପସଭାପତି ତଥା ଇଡ୍‍କୋର ସିଏମ୍‍ଡି ସଞ୍ଜୟ କୁମାର ସିଂହ, ଭାରତୀୟ ଟେବୁଲ ଟେନିସ ମହାସଂଘର ପରାମର୍ଶଦାତା ଧନରାଜ ଚୌଧୁରୀ, କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ମହେନ୍ଦ୍ର କୁମାର ମଲ୍ଲିକ, କଟକ ଜିଲାପାଳ ଅରବିନ୍ଦ ଅଗ୍ରୱାଲ, ଓଡ଼ିଶା ରାଜ୍ୟ ଟେବୁଲ ଟେନିସ ଆସୋସିଏସନ୍‍ର ଉପସଭାପତି ଚିତ୍ତରଞ୍ଜନ ମହାନ୍ତି ଓ ଅନୁପ ମହାପାତ୍ର ଏବଂ କୋଷାଧ୍ୟକ୍ଷ ନିହାର ରଞ୍ଜନ ମିଶ୍ର ଉପସ୍ଥିତ ଥିଲେ। ଓଡ଼ିଶା ରାଜ୍ୟ ଟେବୁଲ ଟେନିସ ଆସୋସିଏସନ୍‍ର ସମ୍ପାଦକ ରବୀନ୍ଦ୍ର କୁମାର ପରିଡ଼ା ଧନ୍ୟବାଦ ଦେଇଥିଲେ।

ପ୍ରତିଯୋଗିତାର ପ୍ରଥମଦିନରେ ଉଭୟ ପୁରୁଷ ଓ ମହିଳା ବିଭାଗରେ ଦଳଗତ ପ୍ରତିଯୋଗିତା ଆରମ୍ଭ ହୋଇଛି। ଉଦ୍‍ଘାଟନୀ ଉତ୍ସବରେ ପ୍ରତିଯୋଗୀଙ୍କ ମାର୍ଚ୍ଚ ପାଷ୍ଟ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତା ଆସନ୍ତା ୯ ପର୍ଯ୍ୟନ୍ତ ଚାଲିବ। ପ୍ରଥମଦିନରେ ଓଡ଼ିଶା ପୁରୁଷ ଦଳକୁ ନିରାଶା ମିଳିଛି। ଗ୍ରୁପ୍‍ ‘ବି’ରେ ଥିବା ଓଡ଼ିଶା ଦଳ ତା’ର ପ୍ରଥମ ୨ଟି ଲିଗ୍‍ ମ୍ୟାଚ୍‍ରେ ପରାସ୍ତ ହୋଇଛି। ଗତବର୍ଷର ରନର୍ସଅପ୍‍ ହରିୟାଣା ୩-୦ ମ୍ୟାଚରେ ଓଡ଼ିଶାକୁ ପରାସ୍ତ କରିଥିବା ବେଳେ ୨ୟ ମ୍ୟାଚ୍‍ରେ ଚଣ୍ଡିଗଡ଼ ୩-୨ ମ୍ୟାଚ୍‍ରେ ଓଡ଼ିଶାକୁ ପରାସ୍ତ କରିଛି। ମହିଳା ବିଭାଗରେ ଓଡ଼ିଶା ୩-୧ ମ୍ୟାଚରେ ମେଘାଳୟକୁ ପରାସ୍ତ କରିଛି।

- Advertisement -

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମ ଥର ସ୍ୱର୍ଣ୍ଣପଦକ ଜିତିଥିବା ମାନିକା ବାତ୍ରା, ଅଲମ୍ପିଆନ୍‍ ମୌମା ଦାସ, ରାଜ୍ୟଗୋଷ୍ଠୀ କ୍ରୀଡ଼ା ପୁରୁଷ ସ୍ୱର୍ଣ୍ଣପଦକ ବିଜେତା ଏ. ଶରତ କମଲ, ହର୍‍ମିତ୍‍ ଦେଶାଇ ପ୍ରମୁଖ ଭାଗ ନେଉଛନ୍ତି।

ଜାତୀୟ ସିନିୟର୍‍ ଟେବୁଲ୍‍ ଟେନିସ୍‍ ଚାମ୍ପିୟନ୍‍ସିପରେ ଭାଗ ନେଇଥିବା ଓଡ଼ିଶା ଦଳ
ଓଡ଼ିଶାର ୧୪ ଜଣିଆ ପୁରୁଷ ଓ ମହିଳା ଦଳ

ଶୁକ୍ରବାରଠାରୁ ଆରମ୍ଭ ହୋଇଛି ୮୦ତମ ସିନିୟର ଆନ୍ତଃରାଜ୍ୟ ଓ ଜାତୀୟ ଟେବୁଲ ଟେନିସ୍‌ ଚାମ୍ପିୟନ୍‍ସିପ୍‍। ଏହି ଚାମ୍ପିୟନ୍‍ସିପ୍‍ ପାଇଁ ଆୟୋଜକ ଓଡ଼ିଶାର ୧୪ ଜଣିଆ ପୁରୁଷ ଓ ମହିଳା ଦଳ ଘୋଷଣା କରାଯାଇଛି। ଉଭୟ ଦଳ ମୁଖ୍ୟ ପ୍ରଶିକ୍ଷକ ରାଜ ସୁବ୍ରମଣ୍ୟମ୍‌ଙ୍କ ଅଧୀନରେ ସଚିନ ତେନ୍ଦୁଲକର ଇଣ୍ଡୋର ହଲ୍‌ରେ ଗତ ଦୁଇ ସପ୍ତାହ ହେଲା ଅଭ୍ୟାସ ଜାରି ରଖିଛନ୍ତି। ଘରୋଇ ଦଳ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ବେଶ୍‌ ଭଲ ପ୍ରସ୍ତୁତି କରିଛି ବୋଲି ଓଡ଼ିଶା ରାଜ୍ୟ ଟେବୁଲ ଟେନିସ ଆସୋସିଏସନ୍‌ ସମ୍ପାଦକ ରବୀନ୍ଦ୍ର କୁମାର ପରିଡ଼ା ସୂଚନା ଦେବା ସହ ଟୁର୍ଣ୍ଣାମେଣ୍ଟରେ ସେମାନଙ୍କ ସଫଳତା କାମନା କରିଛନ୍ତି।
ପୁରୁଷ ଦଳ: ଆସିଫ୍‌ ହକ୍, ବିକାଶ ସିଂହ, ସେହ୍ନମୟ ମଲ୍ଲିକ, ଏମ୍‌. ଈଶ୍ବର ରାଓ, କିଷନ୍‌ ପୃଷ୍ଟି, ଡି. ଦେବଦତ୍ତ ମହାନ୍ତି, ଦିଶାନ୍ତ ପରିଡ଼ା, ମହମ୍ମଦ ୟୁନୁସ୍, କେ. କାର୍ତ୍ତିକ ଓ ମହମ୍ମଦ ଆଝାର।
ମହିଳା ଦଳ: ମୟୂରୀ ଚାଟାର୍ଜୀ, ପୌସାଲି ଘଟକ, ସମର୍ଥା ପୃଷ୍ଟି ଓ ଅଙ୍କିତା ସେନାପତି।
ଅଫିସିଆଲ୍‌: ରାଜ ଏସ୍‌. ସୁବ୍ରମଣ୍ୟମ୍‌ (ପ୍ରଶିକ୍ଷକ) ଏବଂ କୃଷ୍ଣ କାନ୍ତ (ମ୍ୟାନେଜର)।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories