www.samajalive.in
Wednesday, December 10, 2025
16.1 C
Bhubaneswar

ବିରଳ ନଅ ଫଣି ସର୍ପ ସହ ଲିଙ୍ଗ ମୂର୍ତ୍ତି ଉଦ୍ଧାର, ପୂଜାର୍ଚ୍ଚନା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ଗୋପାଳପୁର: ଗୋପାଳପୁର ନିକଟସ୍ଥ ପାର୍ବତୀପୁର ଗ୍ରାମରେ ଥିବା ଅଧପନ୍ତରିଆ ଶ୍ରୀଶ୍ରୀ ତାରକେଶ୍ବର ମନ୍ଦିର ନିକଟରେ ପିତଳର ନଅ ଫଣି ସର୍ପ ସହ ଲିଙ୍ଗ ମୂର୍ତ୍ତି ମିଳିଥିବା ଜଣାପଡିଛି। ଗ୍ରାମର ଭାବିନି ଦାସକୁ ପ୍ରାୟ ଏକ ବର୍ଷ ଧରି ବିଭିନ୍ନ ରୂପରେ ଏଠାରେ ଏହି ନଅ ଫଣି ମୂର୍ତ୍ତି ଥିବା ନେଇ ସ୍ବପ୍ନ ହେଉଥିଲା।  ଏଠାରେ ଆଜି ପୂଜାର୍ଚ୍ଚନା କରି ବାହାର କରିବା ପାଇଁ ସ୍ବପ୍ନରେ ନିର୍ଦେଶ ହୋଇଥିଲା। ଆଜି ଭୋରରୁ ମନ୍ଦିର ନିକଟରେ ନିର୍ଦେଶ ଥିବା ସ୍ଥାନରେ ପ୍ରାୟ ୭ ଫୁଟ ଖୋଳା ହୋଇଥିବା ବେଳେ ସେଠାରୁ ପିତଳର ନଅ ଫଣି ସର୍ପ ସହ ଲିଙ୍ଗ ମୂର୍ତ୍ତି ମିଳିଥିଲା।
ଏହାକୁ ଯତ୍ନର ସହ ଉଦ୍ଧାର ପରେ ଭାବିନି ଦାସ ଓ ସନିଆ ଦାସ ପୂଜାର୍ଚ୍ଚନା କରିଥିଲେ। ଏହାକୁ ଭାବିନି ଦାସଙ୍କ ଘରେ ଥିବା ପୁରୁଣା ମନ୍ଦିରରେ ସ୍ଥାପନ କରାଯାଇଛି। ଅଧପନ୍ତରିଆ ଥିବା ଶିବ ମନ୍ଦିରରେ ଠାକୁରଙ୍କ ନିର୍ଦେଶ ପରେ ଏଭଳି ବିରଳ ମୂର୍ତ୍ତି ସେ ଉଦ୍ଧାର କରିଥିବା ଭାବିନି ଦାସ କହିଛନ୍ତି। ଏହି ବିରଳ ମୂର୍ତ୍ତି ଉଦ୍ଧାର ହେବା ଘଟଣା ଖବର ପ୍ରସାରିତ ହେବା ପରେ ଗ୍ରାମର ଲୋକଙ୍କ ସମତେ ଆଖପାଖ ଅଞ୍ଚଳର ଲୋକେ ଦର୍ଶନ ପାଇଁ ଭିଡ଼ ଜମାଇଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories