www.samajalive.in
Sunday, December 14, 2025
26.1 C
Bhubaneswar

ମଝିଘରିଆଣୀ ମନ୍ଦିର ହୁଣ୍ଡିରୁ ମିଳିଲା ୯୯ ଲକ୍ଷ ଟଙ୍କା

ସମାଜ ଡିଜିଟାଲ ଡେସ୍କ: ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଡିରୁ ମିଳିଛି ୯୯ ଲକ୍ଷ ୧୫ ହଜାର ଟଙ୍କା। ଟଙ୍କା ସମେତ ୫୩ ଗ୍ରାମ ସୁନା ଏବଂ ୨୩୯୨ ଗ୍ରାମ ରୁପା ଅଳଙ୍କାର ମଧ୍ୟ ହୁଣ୍ଡିରୁ ବାହାରିଛି। ଶ୍ରଦ୍ଧାଳୁମାନେ ଏହି ଟଙ୍କା ଏବଂ ଅଳଙ୍କାର ମନ୍ଦିରକୁ ଦାନ ଦେଇଛନ୍ତି। ଏହା ସହିତ ମିଳିଥିବା ଟଙ୍କାରେ ୩୩ଟି ବିଦେଶୀ ନୋଟ ମଧ୍ୟ ରହିଥିବା ଜଣାପଡ଼ିଛି। ଆମେରିକା, କାନାଡ଼ା, ଇଂଲଣ୍ଡର ନୋଟ୍‌ ହୁଣ୍ଡିରୁ ବାହାରିଥିବା ସୂଚନା ମିଳିଛି। ଇଂଲଣ୍ଡର ୨୦ ପାଉଣ୍ଡ ନୋଟ ୨୦ଟି, ୧୦ ପାଉଣ୍ଡ ନୋଟ ୧୦ଟି, ଆମେରିକାର ୨୦ ଡଲାର ନୋଟ ଗୋଟିଏ, ଥାଇଲାଣ୍ଡର ୧୦୦ ଥାଇବାତ୍ ନୋଟ୍‌ ରହିଛି। ମନ୍ଦିର କମିଟି ପକ୍ଷରୁ ଦୀର୍ଘ ୧୦ ଘଣ୍ଟା ପର୍ଯ୍ୟନ୍ତ ଗଣତି ହୋଇଥିଲା।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories