www.samajalive.in
Wednesday, December 10, 2025
23.1 C
Bhubaneswar

ପୁଣି ଜନନୀ ଯନ୍ତ୍ରଣା, ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ ମହିଳା

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ପିଛା ଛାଡ଼ୁନି ଜନନୀ ଯନ୍ତ୍ରଣା। ଏବେବି ଜିଲ୍ଲାର ଅନେକ ଗାଁକୁ ରାସ୍ତା ନାହିଁ। ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ କିମ୍ବା ଅନ୍ୟ କୌଣସି ଗାଡି। ରାସ୍ତା ନଥିବାରୁ ଖଟିଆ କିମ୍ବା ଦୋଳରେ ବୁହା ହେଉଛନ୍ତି ଗର୍ଭବତୀ ମହିଳା। ଜିଲ୍ଲାରେ ଥମିବାର ନା ଧରୁନି ଏହି ଜନନୀ ଯନ୍ତ୍ରଣା। ପୁଣି ଥରେ ଏଭଳି ଏକ ଜନନୀ ଯନ୍ତ୍ରଣା ଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ପଞ୍ଚାୟତର ସାଇତିଙ୍ଗିଆ ରୁଗୁଡ଼ିସାହି ଗାଁର ମୃତ୍ୟୁଞ୍ଜୟ କହଁରଙ୍କ ସ୍ତ୍ରୀ କମଳିନୀ କହଁରଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ଆଶା କର୍ମୀଙ୍କୁ ଯୋଗାଯୋଗ କରିଥିଲେ। ଆଶା କର୍ମୀ ସରିତା କହଁର ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ତତକ୍ଷଣାତ ଆମ୍ବୁଲାନ୍ସ ମଧ୍ୟ ଗାଁରେ ପହଞ୍ଚିଥିଲା। କିନ୍ତୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସଟି ଗାଁରେ ଥିବା ସ୍କୁଲ ପର୍ଯ୍ୟନ୍ତ ଯାଇ ଆଉ ଆଗକୁ ଯାଇପାରିନଥିଲା। ଯାହାଫଳରେ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ଗର୍ଭବତୀ ମହିଳାଙ୍କୁ ବାଧ୍ୟ ହୋଇ ଆମ୍ବୁଲାନ୍ସର ଷ୍ଟ୍ରେଚରରେ ଆମ୍ବୁଲାନ୍ସ କର୍ମଚାରୀ ସୁନୀଲ କୁମାର ପଣ୍ଡା, ଡ୍ରାଇଭର ଉଛବ ବଗର୍ତି ଓ ଆଲୋକ ପ୍ରଧାନ ଗ୍ରାମବାସୀଙ୍କ ସହଯୋଗରେ ପ୍ରାୟ ଏକ କିଲୋମିଟର ବିଲମାଳରେ ପ୍ରବଳ ବର୍ଷାରେ ଭଜିଭିଜି ଆମ୍ବୁଲାନ୍ସକୁ ଆଣିଥିଲେ ଓ ପରେ ମହିଳା ଜଣକୁ ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ଅନ୍ୟପଟେ ମହିଳାଙ୍କୁ ମେଡିକାଲରେ ଭର୍ତି କରିବାର ଅଧଘଣ୍ଟା ପରେ ମହିଳା ଜଣକ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିବା ବେଳେ ବର୍ତମାନ ଉଭୟ ମା’ ଓ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟ ଠିକ ଥିବା ସୂଚନା ମିଳିଛି।

Hot this week

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

Related Articles

Popular Categories