www.samajalive.in
Friday, December 12, 2025
15.1 C
Bhubaneswar

ନିଆଁ ଚେଙ୍କ ଦେଇ ପତ୍ନୀ ହତ୍ୟା ଅଭିଯୋଗ, ସ୍ୱାମୀ ଫେରାର

ଖୁଣ୍ଟା : ଖୁଣ୍ଟା ଥାନା ବାଲିଯୋଡ଼ା ଗ୍ରାମରେ ଜନୈକ ସ୍ୱାମୀ ନିଜର ପତ୍ନୀଙ୍କୁ ନୃଶଂସ ଭାବେ ନିଆଁ ଚେଙ୍କ ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟାକାଣ୍ଡ ଭିଆଇବା ପରେ ଅଭିଯୁକ୍ତ ସ୍ବାମୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି।

ଶିଳଘାଟି ଗ୍ରାମ ପଞ୍ଚାୟତ ବାଲିଯୋଡା ଗ୍ରାମର ସୁକଦେଵ ସିଂ(୫୦) ଓ ମୃତ ମହିଳା ହେଲେ ଅଭିଯୁକ୍ତର ଦ୍ଵିତୀୟ ପତ୍ନୀ କୁନିମଣି ସିଂ(୪୨) । କୁନିମଣିଙ୍କୁ ରବିବାର ୨୧ ତାରିଖ ରାତିରେ ହତ୍ୟା କରାଯାଇଥିବା ନେଇ ତାଙ୍କର ଭାଇ ବାରିପଦା ସଦର ଥାନା କୁଦୁରା ଗ୍ରାମର ଗୋରା ସିଂ ଭଣଜା ପାଖରୁ ଖବର ପାଇଥିଲେ। ତାଙ୍କ ଭଉଣୀଙ୍କୁ ଭିଣେଇ ସୁକଦେଵ ପୂର୍ବରୁ ନିର୍ଯ୍ୟାତନା ଦେଇଆସୁଥିବା ବେଳେ ରବିବାର ରାତିରେ ଭଉଣୀକୁ ନୃଶଂସ ଭାବେ ହତ୍ୟା କରିଥିବା ନେଇ ସୋମବାର ସନ୍ଧ୍ୟାରେ ଗୋରା ସିଂ ଖୁଣ୍ଟା ଥାନାରେ ଅଭିଯୋଗ କରିଥିଲେ।

- Advertisement -

ଶୁକଦେବର ପ୍ରଥମ ପତ୍ନୀ ମୃତ୍ୟୁବରଣ କରିଥିବା ବେଳେ ତାଙ୍କର ଦୁଇ ପୁଅ ଓ ଜଣେ ଝିଅ ଅଛନ୍ତି। ସେହିପରି ଦ୍ଵିତୀୟ ପତ୍ନୀ କୁନିମଣିଙ୍କର ଦୁଇ ଜଣ ପୁଅ ଅଛନ୍ତି। ଘଟଣା ବେଳେ ପିଲାମାନେ କେଉଁଠି ଥିଲେ ତାହା ଅନୁସନ୍ଧାନ ଚାଲିଛି। ପ୍ରାଥମିକ ତଦନ୍ତ ବେଳେ ମୃତ ଶରୀରର ବିଭିନ୍ନ ସ୍ଥାନରେ ଏପରିକି ସମ୍ବେଦନଶୀଳ ଅଙ୍ଗରେ ନିଆଁ ଚେଙ୍କ ଦିଆଯାଇଥିବା ଦେଖିବାକୁ ମିଳିଛି। ନୂତନ ଆଇନ ଭାରତୀୟ ନ୍ୟାୟ ସଂହିତା(ବିଏନଏସ) ୧୦୩ ଦଫାରେ ଖୁଣ୍ଟା ଥାନାରେ ମାମଲା ରୁଜୁ ହୋଇଛି। ମଙ୍ଗଳବାର ପୁଲିସର ବୈଜ୍ଞାନିକ ଅନୁସନ୍ଧାନକାରୀ ଦଳ ଦ୍ୱାରା ମୃତଦେହ ଯାଞ୍ଚ କରାଯିବ ବୋଲି ଜଣାପଡିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories