www.samajalive.in
Saturday, December 6, 2025
26.1 C
Bhubaneswar

ଭଗବାନଙ୍କ ଭୋଗ ପ୍ରସ୍ତୁତ କରିବାର ନିୟମ

ହିନ୍ଦୁଧର୍ମରେ ଭଗବାନଙ୍କୁ ପୂଜାପାଠ କରିବା ବେଳେ ଭୋଗ ଲଗାଇବାର ପରମ୍ପରା ରହିଛି। କୁହାଯାଇଛି ଯେ, ଭଗବାନଙ୍କୁ ଭୋଗ ଲଗାଇବା ଦ୍ବାରା ସେ ପ୍ରସନ୍ନ ହୋଇଥାଆନ୍ତି। ଭଗବାନ ପ୍ରସନ୍ନ ହୋଇ ଭକ୍ତଙ୍କର ମନୋସ୍କାମନା ପୂର୍ଣ୍ଣ କରି ଥାଆନ୍ତି। ଏହାସହ ଭଗବାନଙ୍କୁ ତାଙ୍କ ପସନ୍ଦ ଅନୁସାରେ ଭୋଗ ଲଗାଇବା ଉତ୍ତମ ଅଟେ। ଯେପରି ଗଣେଶଙ୍କୁ ମୋଦକ ଓ ଖିରି ପସନ୍ଦ ଅଟେ। ତେଣୁ ଗଣେଶଙ୍କୁ ପୂଜା ସମୟରେ ମୋଦକ ଭୋଗ ଲଗାଯାଇଥାଏ। ଭୋଗ ପ୍ରସ୍ତୁତ କରିବା ବେଳେ ଅନେକ କଥା ପ୍ରତି ଧ୍ୟାନ ଦେବାକୁ ପଡିଥାଏ। ଭୋଗ ପ୍ରସ୍ତୁତ କରିବା ବେଳେ ଭକ୍ତମାନେ ଚୁପ ରହିବା ଉଚିତ। କଥାବାର୍ତ୍ତା କଲେ ଭଗବାନଙ୍କ ଆଶୀର୍ବାଦ ମିଳିନଥାଏ।

କୁହାଯାଇଛି ଯେ, ପ୍ରସାଦ ପ୍ରସ୍ତୁତ କରିବା ବେଳେ କଥାବାର୍ତ୍ତା କରିବା ଦ୍ବାରା ମୁହଁରୁ କିଛି କଣିକା ବାହାରି ସେଥିରେ ପଡିଯିବାର ସମ୍ଭାବନା ରହିଥାଏ। ଏହାଦ୍ବାରା ଭୋଗ ଅପବିତ୍ର ହୋଇଯାଏ। ଭୋଗ ଅଇଁଠା ହୋଇଯାଏ। ଭଗବାନଙ୍କୁ ଅପବିତ୍ର ଓ ଅଇଁଠା ଭୋଗ ଲଗାଯାଇନଥାଏ। ଅଇଁଠା ଭୋଗ ଲଗାଇବା ଦ୍ବାରା କୌଣସି ଲାଭ ମିଳିନଥାଏ। ଭଗବାନଙ୍କ କୃପା ବଦଳରେ କୋପର ଶିକାର ହେବାକୁ ପଡିଥାଏ। ଏହାଦ୍ବାରା ଜୀବନରେ ଅନେକ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ।

- Advertisement -

ଭଗବାନଙ୍କ ନିମନ୍ତେ ଭୋଗ ପ୍ରସ୍ତୁତ କରିବା ପୂର୍ବରୁ ପ୍ରଥମେ ଭଲ ଭାବେ ସ୍ନାନାଦି କର୍ମ ସାରି ଦିଅନ୍ତୁ। ତାପରେ ରୋଷେଇ ଘରେ ଗଙ୍ଗାଜଳ ସିଞ୍ଚନ କରନ୍ତୁ। ଭୋଗ ପ୍ରସ୍ତୁତ କରିବା ସମୟରେ କଥାବାର୍ତ୍ତା କରନ୍ତୁ ନାହିଁ। ଭଗବାନଙ୍କୁ ଯେଉଁ ପାତ୍ରରେ ଭୋଗ ପରଷିବେ ତାହାକୁ ଭଲ ଭାବେ ସଫା କରନ୍ତୁ। ମନରେ ଭକ୍ତିଭାବ ରଖି ଭଗବାନଙ୍କ ନିମନ୍ତେ ଭୋଗ ପ୍ରସ୍ତୁତ କରନ୍ତୁ। ଏପରି ବିଧିରେ ଭଗବାନଙ୍କ ନିମନ୍ତେ ଭୋଗ ପ୍ରସ୍ତୁତ କରିବା ଦ୍ବାରା ଆଶୀର୍ବାଦ ପ୍ରାପ୍ତି ହୋଇଥାଏ।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories