www.samajalive.in
Saturday, December 13, 2025
26.1 C
Bhubaneswar

ଏକଲବ୍ୟ ଆବାସିକ ବିଦ୍ୟାଳୟରେ ଶିକ୍ଷା ଶପଥ ସପ୍ତାହ କାର୍ଯ୍ୟକ୍ରମ

ଫୁଲବାଣୀ: ସାରା ରାଜ୍ୟରେ ଆଜି ଶିକ୍ଷା ଶପଥ ସପ୍ତାହ ଆରମ୍ଭ ହୋଇଛି। ସେହିଭଳି ଫିରିଙ୍ଗିଆ ବ୍ଲକ ନାହାଣା ଗାଁ ନିକଟରେ ଥିବା ଏକଲବ୍ୟ ଆବାସିକ ବିଦ୍ୟାଳୟ ଠାରେ ବିଦ୍ୟାଳୟସ୍ତରୀୟ ଶିକ୍ଷା ଶପଥ ସପ୍ତାହ ଉଦଘାଟିତ ହୋଇଛି। ବିଦ୍ୟାଳୟର ଅଧ୍ୟକ୍ଷ କୈଳାଶ ଚନ୍ଦ୍ର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିକ୍ଷା ଶପଥ ସପ୍ତାହର ଉଦଘାଟନି ଉତ୍ସବ କାର୍ଯ୍ୟକ୍ରମରେ ରାଜ୍ୟସ୍ତରୀୟ ଟିଏଲଏମ ତାଲିମଦାତା ତଥା ଅବସରପ୍ରାପ୍ତ ଶିକ୍ଷକ ଗୋଲକ ବିହାରୀ ପଟ୍ଟନାୟକ ଓ ଫିରିଙ୍ଗିଆର ଶିକ୍ଷକ ସିମାଞ୍ଚଳ ମୁଖି ଅତିଥି ଭାବରେ ଯୋଗ ଦେଇ ଅନୁଷ୍ଠାନିକ ଭାବରେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।୭ ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ପ୍ରଥମ ଦିନରେ ଶିକ୍ଷଣ ସାମଗ୍ରୀ ଦିବସ ପାଳିତ ହୋଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories