www.samajalive.in
Sunday, December 14, 2025
16.1 C
Bhubaneswar

ୱାର୍ଡ କୋଅର୍ଡିନେଟର ନିଯୁକ୍ତି ଦାବି ଜୋର ଧରିଲା,୨୯ରେ ବିଧାନସଭା ଘେରାଉ

କେନ୍ଦୁଝରଗଡ଼: ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମିଶନ ଶକ୍ତି ଜରିଆରେ ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ ଥିବା ୱାର୍ଡ ଅଫିସ୍‍ ଗଠନ ଓ ଏହାର ପରିଚାଳନା ପାଇଁ ମିଶନ ଶକ୍ତି ଜରିଆରେ ୱାର୍ଡ କୋଅର୍ଡିନେଟର ନିଯୁକ୍ତି ନିମନ୍ତେ ୨୦୨୨ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିଜ୍ଞପ୍ତି ପ୍ରକାଶ ପରେ କେନ୍ଦୁଝରଗଡ ପୌରପାଳିକାର ୨୧ ୱାର୍ଡ ପାଇଁ ୱାର୍ଡ ଚୟନ ସହ ତାଲିମ ମଧ୍ୟ ଦିଆଯାଇଥିଲା । ତେବେ ଇତିମଧ୍ୟରେ ୱାର୍ଡ କୋଅର୍ଡିନେଟର ଚୟନର ୨ବର୍ଷ ବିତିଯିବା ପରେ ମଧ୍ୟ ଚୟନ ହୋଇଥିବା ୱାର୍ଡ କୋଅର୍ଡିନେଟରମାନଙ୍କୁ କାର୍ଯ୍ୟରେ ନିୟୋଜିତ କରିନଥିବାରୁ ତୁରନ୍ତ କାର୍ଯ୍ୟରେ ନିୟୋଜିତ ପାଇଁ ବାରମ୍ବାର ଦାବି ହୋଇ ଆସୁଛି । ଏହାସତ୍ତ୍ବେ  ଚୟନ ହୋଇଥିବା ୱାର୍ଡ କୋଅର୍ଡିନେଟର ମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଉ ନଥିବାରୁ ଆସନ୍ତା ୨୮ ତାରିଖ ସୁଦ୍ଧା ନିଯୁକ୍ତି ଆଦେଶ ଦିଆନଗଲେ ୨୯ ତାରିଖ ବିଧାନସଭା ଘେରାଉ କରାଯିବ ବୋଲି ନିଖିଳ ଓଡିଶା ପୌର ୱାର୍ଡ କୋଅର୍ଡିନେଟର ସଂଘ କେନ୍ଦୁଝର ଶାଖାର ୪ନଂ ୱାର୍ଡ କୋଅର୍ଡିନେଟର ସନ୍ଧ୍ୟାରାଣୀ ମିଶ୍ର, ୫ନଂ ୱାର୍ଡ କେଆର୍ଡିନେଟର କଳ୍ପନା ଦ୍ୱିବେଦୀ, ୧୦ନଂ ୱାର୍ଡ କୋଅର୍ଡିନେଟର ସୁଜାତା ବେହେରାଙ୍କ ସମେତ ଚୟନ ହୋଇ ତାଲିମ ଗ୍ରହଣ କରିଥିବା ସମସ୍ତ ୱାର୍ଡ କୋଅର୍ଡିନେଟର ସୋମବାର ଅପରାହ୍ନରେ କେନ୍ଦୁଝରଗଡ ପୌରପାଳିକା ଘେରାଉ କରିଥିଲେ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories