www.samajalive.in
Saturday, December 13, 2025
26.1 C
Bhubaneswar

ସନ୍ନ୍ୟାସ ଘୋଷଣା କ​‌ଲେ ଭାରତୀୟ ହକି ଦଳର ଅଭିଜ୍ଞ ଗୋଲ୍‌କିପର ପିଆର ଶ୍ରୀଜେଶ

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଦଳର ଅଭିଜ୍ଞ ଗୋଲ୍‌କିପର ତଥା ପୂର୍ବତନ ଅଧିନାୟକ ପିଆର ଶ୍ରୀଜେଶ ସୋମବାର ସନ୍ନ୍ୟାସ ଘୋଷଣା କରିଛନ୍ତି। ପ୍ୟାରିସ ଅଲିମ୍ପିକ୍ସ ତାଙ୍କର ଶେଷ ଅନ୍ତର୍ଜାତୀୟ ଯାତ୍ରା ହେବ ବୋଲି କହିଛନ୍ତି ଶ୍ରୀଜେଶ। ୩୬ ବର୍ଷୀୟ ଶ୍ରୀଜେଶଙ୍କର ଏହା ଚତୁର୍ଥ ଅଲିମ୍ପିକ୍ସ। ତାଙ୍କ ଅଧିନାୟକତ୍ୱରେ ଭାରତ ୨୦୧୬ ରିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲା ​​ଏବଂ ଦଳ ଅଷ୍ଟମ ସ୍ଥାନରେ ରହିଥିଲା। ତେବେ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ସେ ଭାରତୀୟ ଦଳ ସହିତ ଐତିହାସିକ କାଂସ୍ୟ ପଦକ ଜିତିଥିଲେ। ଶ୍ରୀଜେଶ ଭାରତ ପାଇଁ ୩୨୮ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଏହା ବ୍ୟତୀତ ସେ ଅନେକ କମନୱେଲ୍‌ଥ ଗେମ୍ସ ଏବଂ ବିଶ୍ୱକପରେ ମଧ୍ୟ ଭାଗ ନେଇଛନ୍ତି। ସୂଚନାଯୋଗ୍ୟ, ଜୁଲାଇ ୨୬ରୁ ଆରମ୍ଭ ହେବ ପ୍ୟାରିସ୍‌ ଅଲିମ୍ପିକ୍ସ।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories