www.samajalive.in
Saturday, December 13, 2025
26.1 C
Bhubaneswar

ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ

ଚୌଦ୍ୱାର: ସ୍ଥାନୀୟ ବିବେକାନନ୍ଦ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ପ୍ରଧାନ ଆଚାର୍ଯ୍ୟା ଗାୟତ୍ରୀ ସାହୁଙ୍କ ପୌରୋହିତ୍ୟରେ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ଉତ୍ସବରେ ରୋଟାରିଆନ୍ ସୁଧାଂଶୁ ଶେଖର ଜେନା ଓ ମାନସ କୁମାର ସାହୁ ଅତିଥି ଭାବେ ଯୋଗଦେଇ ମହର୍ଷି ବ୍ୟାସଦେବଙ୍କ ନୀତି ଓ ଆଦର୍ଶ ଉପରେ ଆଲୋଚନା କରିବା ସହିତ ଗୁରୁ ପୂର୍ଣ୍ଣିମାର ମହତ୍ୱ ସମ୍ପର୍କରେ ପିଲା ମାନଙ୍କୁ ବୁଝାଇଥିଲେ। ବହୁ ଛାତ୍ରଛାତ୍ରୀ ଗୁରୁ ପୂର୍ଣ୍ଣିମା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଗତ ବାର୍ଷିକ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଅନୁରାଧା ଭଟ୍ଟ, ସାଗରିକା ସଂ, ଲକ୍ଷ୍ମୀ ନାଟିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମୁଖ୍ୟ ପରିଚାଳକ ରାଜେଶ କୁମାର ଓଝା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories