www.samajalive.in
Saturday, December 13, 2025
26.1 C
Bhubaneswar

ଯାତ୍ରା ପ୍ରେମୀ ଭରତ ସାହୁଙ୍କ ଅଜବ ନିଶା

କଳାପଥର (ବାଙ୍କୀ): ଧୀରେ ଧୀରେ ପୁରୁଣା ଲୋକକଳା ହଜି ଯାଉଥିଲା ବେଳେ ଆଜିର ମନୋରଂଜନଧର୍ମୀ ଯୁଗରେ ଯାତ୍ରା ଏକ ମାଇଲ ଖୁଣ୍ଟ ହୋଇ ଦର୍ଶକଙ୍କୁ ଆନନ୍ଦ ଯୋଗାଉଛି। ଯାତ୍ରା ଏକ ପୁରୁଣା ଲୋକକଳା ହେଲେ ମଧ୍ୟ କିଏ ଅବା ଯାତ୍ରା ଦେଖିବାକୁ ଭଲ ନପାଏ। ଆମେ ଏମିତି ଏକ ନିଆରା ଦର୍ଶକଙ୍କ କଥା କହୁଛୁ। ସେ ହେଉଛନ୍ତି ଯାତ୍ରା ପ୍ରେମୀ ଭରତ କୁମାର ସାହୁ। ସପ୍ତମ ଶ୍ରେଣୀରେ ପାଠ ପଢିବା ସମୟରୁ ସେ କଳା ଓ କଳାକାରଙ୍କୁ ସମ୍ମାନ ଦେଇ ଆସୁଛନ୍ତି। ବାଙ୍କୀ ବ୍ଲକ ଭୂଇଁପୁର ଗ୍ରାମର ଭରତ ଦାସଙ୍କ ନିଆରା ନିଶା। ସମୟକ୍ରମେ ଗ୍ରାଜୁଏସନ କରି ହୋଟେଲ ମ୍ୟାନେଜମେଣ୍ଟ ପାଠ ପଢିଥିବା ଭରତଙ୍କ ଯାତ୍ରା (ଅପେରା) ପ୍ରତି ରହିଛି ଅହେତୁକ ଦୃର୍ବଳତା। ଯାତ୍ରା ଦେଖିବା ସହ କଳାକାରଙ୍କ ସମ୍ବଦ୍ଧରେ ଟିକିନିଖି ଖବର ମଧ୍ୟ ତାଙ୍କରି ପାଖରେ ଥାଏ। ହେଲେ କଳା ଓ କଳାକାରଙ୍କ ପ୍ରତି ଥିବା ଭଲ ପାଇବାକୁ ସେ ଭୁଲି ପାରି ନାହାନ୍ତି ସେ। ବରଂ ସୋସିଆଲ ମିଡ଼ିଆରେ କଳାକାର ଓ ନାଟକର ଯାତ୍ରା ପଡ଼ିଥିବା ସ୍ଥାନ କେଁଉ ପାର୍ଟିର ବିଷୟ ପ୍ରସାରଣ କରି ଦର୍ଶକଙ୍କ ପ୍ରିୟ ପାତ୍ର ହୋଇ ପାରିଛନ୍ତି ଭରତ ସାହୁ। ଆଉ ମଧ୍ୟ ତାଙ୍କର ନିଶା ହେଉଛି ଯାତ୍ରା ଟିକେଟ ସଂଗ୍ରହ। ଏଥି ସହ ଯାତ୍ରା ସମ୍ବଦ୍ଧିୟ ଖବର ବିଭିନ୍ନ ଖବରକାଗଜରୁ କାଟି ରଖିବା ଆଉ ଏକ ସଉକ। କେହି କଳାକାର ଅସୁବିଧାରେ ପଡ଼ିଥିବା ଜାଣିଲେ ତୁରନ୍ତ ତାଙ୍କ ପାଖରେ ପହଞ୍ଚିଯାନ୍ତି ଭରତ। ଏପରିକି ଘର ପରିଧିରୁ ୬୦ କିମି ବ୍ୟବଧାନ ମଧ୍ୟରେ କୌଣସି ଯାତ୍ରା ଚାଲିଥିବା ଜାଣି ସେଠାକୁ ପହଁଚିଯାନ୍ତି ସେ। ଭରତ ଏଯାବତ ରାଜ୍ୟର ବିଭିନ୍ନ ଯାତ୍ରାପାର୍ଟିର ଏକ ହଜାରରୁ ଅଧିକ ଟିକେଟ ସଂଗ୍ରହ କରିସାରିଲେଣି। ଏପରିକି ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହି ଯାତ୍ରାର ଟିକିନିଖି ଜଣାଇଥାନ୍ତି। ଆଉ ମଧ୍ୟ ବିଭିନ୍ନ ଅଂଚଳରେ ଗ୍ରାମର କଳାକାର ମାନଙ୍କୁ ଉତ୍ସାହିତ କରି ଡ୍ରାମା, ଗାଁ ମହୋତ୍ସବରେ ସକ୍ରିୟ ଅଂଶ ଗ୍ରହଣ କରି ନୂତନ କଳାକାର ଗଢି ତୋଳିବାରେ ସହାୟକ ହୋଇଥାନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories