www.samajalive.in
Saturday, December 6, 2025
16.1 C
Bhubaneswar

ଭତ୍ତା ଟଙ୍କା ଆଣିବାକୁ ଯାଇ ଅଚେତ୍ ହେଲେ ବୃଦ୍ଧ

ବଲାଙ୍ଗୀର: ଭତ୍ତା ଟଙ୍କା ଆଣିବାକୁ ଯାଇ ଅଚେତ୍ ହୋଇ ପଡିଲେ ବୃଦ୍ଧ। ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକରେ ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଭତ୍ତା ଟଙ୍କା ପାଇଁ ବ୍ୟାଙ୍କକୁ ଆସିବାକୁ ଅସମର୍ଥ ଥିବା ହିତାଧିକାରୀଙ୍କ ଘରକୁ ଯାଇ ଟଙ୍କା ଦେବାର ବ୍ୟବସ୍ଥା ରହିଛି। କିନ୍ତୁ ଖପ୍ରାଖୋଲ ବ୍ଲକରେ ଏହାର ବ୍ୟତୀକ୍ରମ ଦେଖିବାକୁ ମିଳିଛି। ଶନିବାର ଭତ୍ତା ଟଙ୍କା ଉଠାଣ ପାଇଁ ଲାଠୋର ସେଣ୍ଟ୍ରାଲ ବ୍ୟାଙ୍କକୁ ଜଣେ ବୃଦ୍ଧ ଆସିଥିବାବେଳେ ହଠାତ୍ ଅସୁସ୍ଥ ହୋଇ ତଳେ ପଡିଯାଇଥିଲେ। ସେଠାରେ ଉପସ୍ଥିତ ଥିବା କିଛି ସ୍ତାନୀୟ ଲୋକ ଆସି ବୃଦ୍ଧଙ୍କୁ ପାଣି ଛିଞ୍ଚିଥିଲେ। ପରେ ବୃଦ୍ଧଙ୍କ ଚେତା ଫେରିଥିଲା।  ବୃଦ୍ଧ ଜଣକ ଟଙ୍କପାଣି ପଞ୍ଚାୟତ ବୁଢାଛାପର ଗାଁର ବୃଷବ ବିଶ୍ୱାଳ ବୋଲି ଜଣାପଡିଛି।  ତେବେ ଏଭଳି ବୃଦ୍ଧବୃଦ୍ଧାଙ୍କୁ ତାଙ୍କ ପାସ୍ ବହିରେ ନପକାଇ ତାଙ୍କ ହାତରେ ଭତ୍ତା ଟଙ୍କା ପ୍ରଦାନ କରିବା ପାଇଁ ଦାବି ହେଉଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories