www.samajalive.in
Thursday, December 11, 2025
14.1 C
Bhubaneswar

ଆସୁଛି ଆଉ ଏକ ବାତ୍ୟା ‘ପାବୁକ୍‍’

ଭୁବନେଶ୍ୱର : ଦକ୍ଷିଣ ଚୀନ ସାଗରର ୬.୦ ଡିଗ୍ରୀ ଉତ୍ତର ଦ୍ରାଘିମା ଏବଂ ୧୦୫ ଡିଗ୍ରୀ ପୂର୍ବ-ପଶ୍ଚିମ ଅକ୍ଷାଂଶରେ ଏକ ଲଘୁଚାପ ଘନୀଭୂତ ହୋଇ ବାତ୍ୟାର ରୂପ ନେଉଛି। ଏହା ସାମୁଦ୍ରିକ ଝଡ଼ ‘ପାବୁକ’ର ରୂପ ନେବା ପରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଜାନୁଆରୀ ୫ ଅପରାହ୍ଣରେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ‘ପାବୁକ’ ଆଣ୍ଡାମାନରେ ପ୍ରଳୟ ରଚିବା ପରେ ଜାନୁଆରୀ ୬ ରାତିରେ ଉତ୍ତର-ପଶ୍ଚିମ ପରେ ଉତ୍ତର-ପୂର୍ବ ଦିଗରେ ମିଅାଁମାର ଉପକୂଳ ଆଡ଼କୁ ଅଗ୍ରସର ହେବ। ଜାନୁଆରୀ ୭ କିମ୍ବା ୮ରେ ‘ପାବୁକ’ ଦୁର୍ବଳ ହୋଇ ନିଶ୍ଚିହ୍ନ ହୋଇଯିବ। ‘ପାବୁକ୍‍’ ପ୍ରଭାବରେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ଓ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବ। ତେଣୁ ମତ୍ସ୍ୟଜୀବୀଙ୍କୁ ଜାନୁଆରୀ ୪ରୁ ୭ ପର୍ଯ୍ୟନ୍ତ ବଙ୍ଗୋପସାଗର ମଧ୍ୟକୁ ନଯିବା ପାଇଁ ଚେତାବନୀ ଦିଆଯାଇଛି। ଏହାର ପ୍ରଭାବରେ ଓଡ଼ିଶା, ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ପୁଡୁଚେରୀର ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଏହି ରାଜ୍ୟଗୁଡ଼ିକର ମୁଖ୍ୟ ଶାସନ ସଚିବଙ୍କୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଇ ଦିଆଯାଇଛି। ରାଜ୍ୟର ବିପର୍ଯ୍ୟୟ ପ୍ରଶମନ ବିଭାଗ ଓ ଏନଡିଆରଏଫ ଦଳକୁ ସଜାଗ ରଖିବାକୁ କୁହାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories