www.samajalive.in
Friday, December 12, 2025
27.1 C
Bhubaneswar

କାଶ୍ମୀରରେ  ୨୦୧୯ର ପ୍ରଥମ ତୁଷାରପାତ

ଶ୍ରୀନଗର ..-  କାଶ୍ମୀର ଘାଟୀରେ ୨୦୧୯ ମସିହାର ପ୍ରଥମ  ତୁଷାରପାତ ହୋଇଛି ।  ବୁଧବାରରେ ଜାମ୍ମୁ ଓ କାଶ୍ମୀରର ବିଭିନ୍ନ ଅଞ୍ଚଳରେ ପ୍ରବଳ ତୁଷାରପାତ ହୋଇଛି । ଏହି କାରଣରୁ  ତାପମାତ୍ରା ଆହୁରି ହ୍ରାସ ପାଇଛି । ତୁଷାରପାତ ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି ।

ଜାମ୍ମୁ –କାଶ୍ମୀର ଜାତୀୟ ରାଜପଥ ଓ ମୋଗଲ ସଡକ ଉପରେ ୬ ଇଞ୍ଚର ଉଚ୍ଚତାର ବରଫ ଜମିଯିବାରୁ  ଯାନବାହାନ ଚଳାଚଳ  ପ୍ରଭାବିତ ହୋଇଛି । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜାମ୍ମୁ ଓ କାଶ୍ମୀରରେ ଯାନ ବାହାନ ଚଳାଚଳକୁ ବନ୍ଦ ରଖାଯାଇଛି । ଶ୍ରୀନଗର ସମେତ ବିଭିନ୍ନ ସ୍ଥାନର ତାପମାତ୍ରା ଶୂନ ଡିଗ୍ରୀ ସେଣ୍ଟିଗ୍ରେଡ ତଳେ ରହିଥିଲା । ଏବେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇଛି । ଗୁଲମାର୍ଗରେ ତାପମାତ୍ରା -୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । କାରଗିଲରେ ସର୍ବନିମ୍ନ ତାପମାତ୍ରା -୧୭ ଡିଗ୍ରୀ ସେଲସିୟସ ରେକ୍ରଡ କରାଯାଇଛି ।

- Advertisement -

 

image courtesy (Waseem Andrabi / HT Photo)

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories