www.samajalive.in
Friday, December 12, 2025
26.1 C
Bhubaneswar

ଏଆଇଏଡିଏମକେ ଓ ଟିଡ଼ିପିର ୧୯ ସାଂସଦ ଲୋକସଭାରୁ ନିଲମ୍ବିତ

ନୂଆଦିଲ୍ଲୀ : ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଗୁରୁବାର ବିଶୃଙ୍ଖଳିତ ଆଚରଣ ପାଇଁ ଅଖିଳ ଭାରତୀୟ ଆନ୍ନା ଦାବ୍ରିଡ଼ ମୁନେତ୍ର କାଜଗହାମ (ଏଆଇଏଡିଏମକେ) ଓ ତେଲୁଗ ଦେଶମ ପାର୍ଟି (ଟିଡିପି)ର ୧୯ ସାଂସଦଙ୍କୁ ଗୃହରୁ ନିଲମ୍ବିତ କରିଛନ୍ତି। କାବେରୀ ପ୍ରସଙ୍ଗ ଓ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ନେଇ ଏଆଇଏଡିଏମକେ ଓ ଟିଡିପି ସାଂସଦମାନେ ଗୃହ କାର୍ଯ୍ୟ ଆରମ୍ଭରୁ ହଙ୍ଗାମା କରିଥିଲେ। ଫଳରେ ଗୃହ କାର୍ଯ୍ୟ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା। ମଧ୍ୟାହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଏଆଇଏଡିଏମକେ ଓ ଟିଡିପି ସାଂସଦମାନେ ଗୃହର ମଧ୍ୟଭାଗକୁ ଯାଇ ସ୍ଲୋଗାନମାନ ଦେଇଥିଲେ। ବାଚସ୍ପତିଙ୍କ ବାରମ୍ବାର ତାଗିଦ୍‍ ପରେ ବି ସେମାନେ ନିଜ ଆସନୁ ଯାଇନଥିଲେ। ଏପରିକି ଆଇଏଡିଏମକେ ସାଂସଦମାନେ ଗୃହରେ କାଗଜଖଣ୍ଡମାନ ଫିଙ୍ଗିଥିଲେ। ଏହାପରେ ବାଚସ୍ପତି ଏଆଇଏଡିଏମକେ ସାଂସଦମାନଙ୍କ ନାମ ନେଇ କହିଥିଲେ ଯେ ଏମାନେ ଗୃହରେ ବାରମ୍ବାର ହଙ୍ଗାମା କରି ଗୃହର କାର୍ଯ୍ୟ ପରିଚାଳନାରେ ବାଧା ସୃଷ୍ଟି କରୁଛନ୍ତି। ତେଣୁ ସେମାନଙ୍କୁ ଧାରା ୩୭୪ (କ)ରେ ୪ ଦିନ ପାଇଁ ଗୃହକାର୍ଯ୍ୟରୁ ନିଲମ୍ବନ କରାଯାଉଛି। ନିଲମ୍ବିତ ଏଆଇଏଡିଏମକେ ଓ ଟିଡିପି ସାଂସଦଙ୍କ ମଧ୍ୟରେ ମାଗାନ୍ତି ମୂରଲୀ ମୋହନ, ଜୟଦେବ ଗାଲା, ଅଶୋକ ଗଜପଥୀ ରାଜୁ, ଶ୍ରୀନିବାସ ରାଓ ଏବଂ ସି ଗୋପାଳକ୍ରିଷ୍ଣନ ପ୍ରମୁଖ ଅଛନ୍ତି। ନିଲମ୍ବିତ ହେବା ପରେ ସେମାନେ ଆଉ ଲୋକସଭାର ଶୀତ କାଳୀନ ଅଧିବେଶନରେ ଯୋଗ ଦେଇପାରିବେ ନାହିଁ।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories