www.samajalive.in
Friday, December 12, 2025
26.1 C
Bhubaneswar

ଘରେ ପହଞ୍ଚିବ ‘ପେଟ୍ରୋଲ ଓ ଡିଜେଲ’, ଲମ୍ବା ଧାଡିରୁ ମିଳିବ ମୁକ୍ତି

ନୂଆଦିଲ୍ଲୀ : ଭାରତୀୟ ତୈଳ ନିଗମ (ଆଇଓସିଏଲ) ପେଟ୍ରୋଲ ଓ ଡିଜେଲର ଚାହିଦାକୁ ଦୃଷ୍ଟିରେ ରଖି ‘ହୋମ ଡେଲିଭରି’ ବା ଘରେ ପହଞ୍ଚାଇବାର ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ଏହି ସେବା ଆରମ୍ଭ ହେଲେ ଲୋକଙ୍କୁ ଆଉ ପେଟ୍ରୋଲ ପମ୍ପରେ ଲମ୍ବା ଧାଡି ଲଗାଇବାକୁ ପଡ଼ିବ ନାହିଁ। ଲୋକେ ଅନଲାଇନ୍‍ ମାଧ୍ୟମରେ ନିଜ ଘରକୁ ପେଟ୍ରୋଲ ଓ ଡିଜେଲ ମଗାଇ ପାରିବେ। ଖୁବଶୀଘ୍ର ଏହି ସେବା ଲାଗୁ ହେବ ବୋଲି ଆଇଓସିଏଲର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏଥିପାଇଁ ସ୍ୱତନ୍ତ୍ର ଭ୍ରାମ୍ୟମାଣ ଗାଡ଼ି (ମୋବାଇଲ ଡିସ୍ପେନ୍ସର)ର ବ୍ୟବହାର କରାଯିବ। ଏହି ସ୍ୱତନ୍ତ୍ର ଭାମ୍ରମାଣ ଗାଡ଼ି ମାଧ୍ୟମରେ ଲୋକଙ୍କ ଘରେ ତେଲ ପହଞ୍ଚାଇବା ସେବାକୁ ସୁନିଶ୍ଚିତ କରାଯିବ। ଭାରତରେ ପ୍ରଥମ ଥର କୌଣସି ତେଲ କମ୍ପାନୀ ଏଭଳି ସୁବିଧା ଆରମ୍ଭ କରବାକୁ ଯାଉଛି।
ଏହି ସ୍ୱତନ୍ତ୍ର ଭ୍ରାମ୍ୟମାଣ ଗାଡ଼ିର କ୍ଷମତା ୬,୦୦ ଲିଟର ପେଟ୍ରୋଲ କିମ୍ବା ଡିଜେଲ ରହିବ। ଏହାର ଟ୍ୟାଙ୍କରରେ ଏକ ମୋବାଲ ନୋଜେଲ ଲାଗିଥିବ। ଏହି ନୋଜେଲ ମାଧ୍ୟମରେ ଆପଣଙ୍କ ଗାଡ଼ି କିମ୍ବା ତେଲପାତ୍ରରେ ପେଟ୍ରୋଲ କିମ୍ବା ଡିଜେଲ ଭରାଯିବ। ପ୍ରକାଶଯୋଗ୍ୟ ଯେ ଚେନ୍ନଇ କେଲାଥୁରସ୍ଥିତ ଇଣ୍ଡିଆଲ ଅଏଲ ପେଟ୍ରୋଲ ପମ୍ପ ପକ୍ଷରୁ ବ୍ୟବସାୟୀକ ଗ୍ରାହକଙ୍କ ପାଇଁ ଏଭଳି ସେବା ଯୋଗାଇ ଦିଆଯାଉଛି। ତେବେ ପ୍ରଥମ ଥର ଏହି ସେବା ଅଣବ୍ୟବସାୟୀ ଓ ସାଧାରଣ ଗ୍ରାହକଙ୍କୁ ଯୋଗାଇ ଦିଆଯିବ। ଏହି ସେବାକୁ ଦ୍ୱାର ମୁହଁରେ ତେଲ (ଫୁଏଲ ଆଟ୍‍ ଡୋରଷ୍ଟେପ୍‍) ନାମରେ ଜଣାଯିବ। ଏହି ସେବାକୁ ସହଜ ଓ ସରଳ କରିବା ପାଇଁ ଆଇଓସିଏଲ ପକ୍ଷରୁ ଏକ ଆପ୍‍ର ଶୁଭାରମ୍ଭ କରାଯାଇଛି। ଗ୍ରାହକମାନେ ଏହି ଆପ୍‍ ଜରିଆରେ ପେଟ୍ରୋଲ ଓ ଡିଜେଲ ମଗାଇ ପାରିବେ। ଗ୍ରାହକମାନେ ଅନ୍ୟୁନ୍‍ ୨୦୦ ଲିଟ୍‍ର ତେଲ ମଗାଇଲେ ହିଁ ହୋମ ଡେଲିଭରି ସେବା ଯୋଗାଇ ଦିଆଯିବ। ଅର୍ଥାତ ଗୋଟିଏ ସ୍ଥାନର ଏକାଧିକ ଗ୍ରାହକ ମିଶି ଅନ୍ୟୁନ୍‍ ୨୦୦ ଲିଟର ପେଟ୍ରୋଲ କିମ୍ବା ଡିଜେଲ ମଗାଇ ଏହି ସେବାର ଫାଇଦା ନେଇପାରିବେ।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories