ଅଗଷ୍ଟ ୧ରୁ ସେବାରୁ ବିରତ ରହିବାକୁ ଧମକ ଦେଲେ ହାଉସ ସର୍ଜନ
କଟକ : ଥମୁନି ଏସସିବି ହାଉସ ସର୍ଜନ- ନର୍ସିଂ କର୍ମଚାରୀ ବିବାଦ । ପୁଣି ହାଉସ ସର୍ଜନ ଆନ୍ଦୋଳନର ଚେତାବନୀ ଦେଇଛନ୍ତି।କାର୍ଯ୍ୟାନୁଷ୍ଠାନ ନ ହେଲେ ଆସନ୍ତା ଅଗଷ୍ଟ ୧ରୁ ସେବାରୁ ବିରତ ରହିବାକୁ ଧମକ ଦେଇଛନ୍ତି।
ରବିବାର ସନ୍ଧ୍ୟାରେ ମେଡିସିନ ୱାର୍ଡରେ ରୋଗୀଙ୍କୁ ରକ୍ତ ଦେବାକୁ ନେଇ ଉଭୟ ନର୍ସିଂ କର୍ମଚାରୀ ଓ ହାଉସ ସର୍ଜନଙ୍କ ଭିତରେ ବଚସା ହୋଇଥିଲା । ପରେ ଉଭୟ ଉଭୟଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଏହାସହ ନର୍ସିଂ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଅନିର୍ଦ୍ଦିଷ୍ଟ କାଳ ଯାଏ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିଲେ ହାଉସ ସର୍ଜନ ସଂଘ ।
ସିଏମସି କମିଶନରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ପରେ ଚାଲିଥିବା ଏହି ବିବାଦର ସମାଧାନ ହୋଇଥିଲା। ବୈଠକରେ ଉଭୟ ସଂଘ ସହ ସିଏମସି କମିଶନର ଆଲୋଚନା କରିଥିଲେ । ପ୍ରାୟ ୨୫୦ ହାଉସ ସର୍ଜନ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ । କେବଳ ଜରୁରୀ ଚିକିତ୍ସା ଛଡା ଆଉଟଡୋର ଓ ୱାର୍ଡ କାର୍ଯ୍ୟ କରୁନଥିଲେ । ସେହିପରି ନର୍ସିଂ କର୍ମଚାରୀ କଳାବ୍ୟାଜ ପିନ୍ଧି ରୋଗୀ ସେବା ବାଧାପ୍ରାପ୍ତ ନକରି ଆନ୍ଦୋଳନ ଜାରି ରଖିବେ ବୋଲି ନିଷ୍ପତ୍ତି ନେଇଥିଲେ ।
Comments are closed.