ଭୁବନେଶ୍ୱର : କେନ୍ଦ୍ରାପଡ଼ାରେ ମହାନଦୀ ମୁହାଣରେ ଡ଼ଙ୍ଗାବୁଡ଼ିବା ଘଟଣାରେ ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପ୍ରତି ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଏହା ସହ ଆହତମାନଙ୍କୁ ମାଗଣା ଚିକିତ୍ସା କରାଯିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁଯାୟୀ , ବୁଧବାର ରାତିରେ ମହାକାଳପଡ଼ାର ନିପାଣିଆ ନିକଟରେ ଡ଼ଙ୍ଗା ବୁଡ଼ିଯାଇଥିଲା। ହୁକିଟୋଲା ବତୀଘର ଠାରୁ ପିକନିକ ସାରି ଡ଼ଙ୍ଗାରେ ଲୋକେ ଫେରୁଥିଲେ। ପାରାଦୀପର କୁଜଙ୍ଗ ଅଞ୍ଚଳରୁ ପିକନିକ ପାଇଁ ଯାଇଥିଲେ। ଡ଼ଙ୍ଗାଟି ଭାରସାମ୍ୟ ହରାଇବାରୁ ଦୁର୍ଘଟଣା ଘଟିଥିଲା। ଏଥିରେ ୯ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ନିଖୋଜ ଅଛନ୍ତି। ମୃତକଙ୍କ ମଧ୍ୟରେ ୭ଜଣ ଶିଶୁ ଥିବା ବେଳେ ୨ ଜଣ ମହିଳା ଅଛନ୍ତି। ଡ଼ଙ୍ଗାରେ ୨୦ ଜଣ ଯିବା ପରିବର୍ତ୍ତେ ୪୫ ରୁ ଅଧିକ ଲୋକେ ଯିବାରୁ ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି।
ମହାନଦୀ ମୁହାଣରେ ଡ଼ଙ୍ଗା ବୁଡ଼ିବା ଘଟଣା: ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା
Popular Categories



