www.samajalive.in
Sunday, December 14, 2025
26.1 C
Bhubaneswar

ବାହୁଡା ଯାତ୍ରାରୁ ଫେରିବା ସମୟରେ ଅଟୋକୁ ଧକ୍କା ଦେଲା ଡାଲା ଅଟୋ, ୫ ଗୁରୁତର

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ମଲ୍ଲିପଶି ବାହୁଡା ଯାତ୍ରା ଦେଖି ଘରକୁ ଯିବାବେଳେ ଯାତ୍ରୀବାହୀ ଅଟୋକୁ ଧକ୍କା ଦେଲା ଡାଲା ଅଟୋ। ଏହି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ରୁଢ଼ିଆପଡ଼ା ନିକଟରେ। ଦୁର୍ଘଟଣାରେ ୫ ଜଣ ଗୁରୁତର ହୋଇଥିବାବେଳେ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ ଗତକାଲି ମଲ୍ଲିପଶିଠାରେ ଅନୁଷ୍ଠିତ ବାହୁଡ଼ାଯାତ୍ରା ଦେଖି ସାରି ରୁଢିଆପଡା ଗ୍ରାମର କିଛି ଲୋକ ଏକ ଅଟୋ ଯୋଗେ ଗ୍ରାମକୁ ଫେରୁଥିବାବେଳେ ମଲ୍ଲିପଶି ଗ୍ରାମର ଜନୈକ ବ୍ୟକ୍ତି ଏକ ଡାଲା ଅଟୋ ନେଇ ଚିନାମାଳୀପଶିରୁ ଦ୍ରୁତ ଗତିରେ ଆସୁଥିବାବେଳେ ଭାରସାମ୍ୟ ହରାଇ ଏହି ଅଟୋକୁ ଧକ୍କା ଦେଇଥିଲେ ।  ଫଳରେ ମଲ୍ଲିପଶି ଆଦିତ୍ୟ ବାହିନୀର ସଦସ୍ୟ ରୁଢ଼ିଆପଡ଼ା ବାସିନ୍ଦା ଘନଶ୍ୟାମ ମହାନ୍ତଙ୍କ ଡାହାଣ ହାତଟି କାନ୍ଧରୁ ସମ୍ପୂର୍ଣ୍ଣ ଅଲଗା ହୋଇଯାଇଥିବା ବେଳେ, ନାବାଳିକା ଜୁଲି ପାତ୍ରଙ୍କ ଜଙ୍ଘ ହାଡ଼ ଓ ଫୁଲମଣୀ ନାଏକଙ୍କ ଆଣ୍ଠୁ ସମ୍ପୂର୍ଣ୍ଣ  ଭାଙ୍ଗି ଯାଇଛି।

ସେହିପରି ରୁଢିଆପଡ଼ା ଗ୍ରାମର ହେମଲତା ପାତ୍ରଙ୍କର ଡାହାଣ ଆଣ୍ଠୁ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ସମସ୍ତଙ୍କୁ ପାଟଣା ଥାନା ଅଧିକାରୀ ବିବତ୍ସ କୁମାର ପ୍ରଧାନ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିବାବେଳେ ଡ଼ାକ୍ତର ଅଧିକ ଚିକିତ୍ସା ପାଇଁ ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଘନଶ୍ୟାମଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଯାତ୍ରୀବାହୀ ଅଟୋକୁ ଧକ୍କା ଦେବା ପୂର୍ବରୁ ରୁଢ଼ିଆପଡ଼ା ଗ୍ରାମ୍ୟ ରାସ୍ତାରେ ଠିଆ ହୋଇଥିବା ଟୁଲୁ ମାଝୀଙ୍କୁ ମଧ୍ୟ ଡାଲା ଅଟୋଟି ଧକ୍କା ଦେଇଥିଲା। ଏହି ଘଟଣା ପରେ ଫେରାର ହେବା ଉଦ୍ଦେଶ୍ୟରେ ମଲିପଶିରୁ ଦ୍ରୁତ ଗତିରେ ଫେରୁଥିବା ଡାଲା ଅଟୋଟି ବାହୁଡା଼ ଯାତ୍ରା ଦେଖି ଫେରୁଥିବା ଯାତ୍ରୀବାହୀ ଅଟୋକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଶିକାର ହୋଇଥିବା ସମସ୍ତ ୫ଜଣ ଆର୍ଥିକ ଅନଗ୍ରସର ଶ୍ରେଣୀର ହୋଇଥିବାବେଳେ ଚିକିତ୍ସା କରାଇବା ସେମାନଙ୍କ ପାଇଁ ଏବେ ବୋଝ ସଦୃଶ୍ୟ ହୋଇଛି। ଏନେଇ ଘଟଗାଁ ଥାନା କର୍ତ୍ତୃପକ୍ଷଙ୍କୁ ପାଟଣା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

୪୬ ବର୍ଷ ପରେ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ ସତ ନୁହେଁ – ନିରଞ୍ଜନ ପଟ୍ଟନାୟକ

- Advertisement -

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories